Odisha news

ଜାଣନ୍ତି କି ଠାକୁରଙ୍କ ପ୍ରିୟ ଚନ୍ଦନ ଅଧିକାଂଶ ରୋଗରୁ ଉପଶମ ଦେଇଥାଏ

0

ଭଗବାନଙ୍କର ସବୁଠୁ ପ୍ରିୟ ଜିନିଷ ହେଲା ଚନ୍ଦନ l କୃଷ୍ଣଙ୍କୁ ତୁଳସୀ ସହିତ ଚନ୍ଦନ ମିଶାଇ ଅର୍ପଣ କରାଯାଇଥାଏ l ଚନ୍ଦନର ମହକ ଏତେ  ସୁନ୍ଦର ଯେ ଚାରିଦିଗ ମହକି ଉଠିଥାଏ l ଚନ୍ଦନର ସୁଗନ୍ଧ ପାଇଁ ଏହା ସମସ୍ତଙ୍କ ପାଖରେ ଆଦରଣୀୟ l ଦେବତାଙ୍କ ପାଖରେ ଲାଗି ହେଉଥିବାରୁ ଚନ୍ଦନକୁ ହିନ୍ଦୁ ଧର୍ମରେ ଗୋଟିଏ ପବିତ୍ର ଜିନିଷ ଭାବରେ ଗ୍ରହଣ କରାଯାଏ l ଏହି ଚନ୍ଦନ ଦେବତାଙ୍କ ସେବାରେ ଲାଗିବl ସହିତ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ଉପଶମ ଦେଇଥାଏ ଚନ୍ଦନ ଦୁଇ ପ୍ରକାର ଥାଏ ରକ୍ତ ଚନ୍ଦନ ଓ ଶ୍ୱେତ ଚନ୍ଦନ  l

* ଅଁଳା ରସରେ ଚନ୍ଦନକୁ ଘୋରି ପିଇଲେ ବାନ୍ତି ଭଲ ହୋଇଥାଏ l

* ଶିଶୁର ନାଭି ପାଚିଲେ ଚନ୍ଦନ ଦ୍ୱାରା ଭଲ ହୋଇଥାଏ l ଶ୍ୱେତ ଚନ୍ଦନକୁ ଚୁର୍ଣ୍ଣ କରି ନାଭିରେ ଭର୍ତି କରି ରଖିଲେ ଶିଶୁର ନାଭିକ୍ଷତ ସୁଖୀ ଯାଇଥାଏ l

* ବାଳମୂଳିଆ କିମ୍ବା ବଥ ହୋଇଥିଲେ ଆଳତି କର୍ପୁରକୁ ଚନ୍ଦନରେ ଘୋରି ଲେପନ କଲେ ଏହା ଦବିଯାଏ l

* ପ୍ରତେକ ଦିନ ଚନ୍ଦନ ଘୋରି ମୁହଁରେ ଲଗାଇଲେ ବ୍ରଣ ଦାଗ କମି ଯାଇଥାଏ l

* ଚନ୍ଦନ ଓ ଶୁଣ୍ଠୀକୁ ପାଣିରେ ସିଝାଇ ପ୍ରତେକ ଦିନ ସକାଳୁ ଖାଲି ପେଟରେ ପିଇଲେ ଅର୍ଶ ରୋଗୀର ରକ୍ତ ସ୍ରାବ ବନ୍ଦ ହେବ ସହିତ ଯନ୍ତ୍ରଣା କମ ହୋଇଥାଏ l

* ଛୋଟ ଶିଶୁଙ୍କର ହିକା ହେଉଥିଲେ ମା ଖିରରେ ଚନ୍ଦନକୁ ଘୋରି ପିଇଲେ ଏହା ଭଲ ହୋଇଯାଏ l

* ପେଟରେ ହେଉଥିବା ଗ୍ୟାସ ସମସ୍ୟା କୁ ଦୁରକରେ ଚନ୍ଦନ l ପ୍ରାୟ ୨୨ ଗ୍ରାମ ଚନ୍ଦନକୁ ପାଣିରେ ପକାଇ ସେଥିରେ ଚାଉଳ ପାଣି ,ଚିନି ଓ ମହୁ ମିଶାଇ ପିଇଲେ ଗ୍ୟାସ ସମସ୍ୟା ଦୂର ହୁଏ l

* ଚନ୍ଦନ ଘୋରି ମଥାରେ ଲେପନ କଲେ ମୁଣ୍ଡ ବ୍ୟଥା କମି ଯାଇଥାଏ l

* ଚର୍ମର ତୈଳ ଅଂଶକୁ ସମତୁଲ ରଖିବା ପାଇଁ ଦେହରେ ଚନ୍ଦନ ଘୋରି ଲଗାଇବା ଆବଶ୍ୟକ l

Leave A Reply