ଆଚାର୍ଯ୍ୟ ଚାନକୟ ଙ୍କ ନୀତିଶାସ୍ତ୍ର ଏଭଳି ଅଭ୍ୟାସ ବିଷୟରେ ଶାସ୍ତ୍ରରେ ବର୍ଣନା କରିଛନ୍ତି ଯାହା ମଣିଷର ସୁଖୀ ଜୀବନ କୁ ସମ୍ପୂର୍ଣ ଧ୍ବଂସ କରିଦେବ l ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ଏହି ଅଭ୍ୟାସ କୁ ଆପଣାଉ ଥିବା ବ୍ୟକ୍ତି ଜୀବନ ସାରା ଆର୍ଥିକ ଅସୁବିଧାରେ ପଡିଥାଏ l ତେଣୁ ପ୍ରତ୍ୟେକ ବ୍ୟକ୍ତି ସେହିସବୁ ଅଭ୍ୟାସ ବିଷୟରେ ଅବଗତ ହେବା ଜରୁରୀ l
– ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ରେ କୌଣସି ବ୍ୟକ୍ତି ଧନ ର ଅହଂକାର କରିବା ଉଚି ନୁହେଁ, ଯେଉଁ ବ୍ୟକ୍ତି ନିଜ ନିକଟରେ ଥିବା ଧନ କୁ ନେଇ ଅହଂକାର କରିଥାଏ ତା ନିକଟରେ ଧନ ରହି ନଥାଏ l ମାନ୍ୟତା ରହିଛି ଯେ ଏଭଳି ବ୍ୟକ୍ତିଙ୍କ ନିକଟରେ ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଥାଆନ୍ତି ଏବଂ ଦରିଦ୍ରତା ଗୋଡାଇଥାଏ l
– ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ନିଜ ଆବଶ୍ୟକତା ଠାରୁ ଅଧିକ ଧନ ଖର୍ଚ୍ଚ କରିବା ଉଚିତ ନୁହେଁ l ଯେଉଁ ବ୍ୟକ୍ତି ବିନା କାରଣରେ ଧନ ଖର୍ଚ୍ଚ କରିଥାଏ ସେ ସବୁବେଳେ ଅସୁବିଧାରେ ରହିଥାଏ ଏବଂ ତାର କରଜ ଭାର ବଢି ଯାଇଥାଏ l
– ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ବ୍ୟକ୍ତି କଦାପି ଆବଶ୍ୟକତା ଠାରୁ ଅଧିକ କୃପଣ ହେବା ଆବଶ୍ୟକ ନୁହେଁ l ମାତ୍ର ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରିବା ଜରୁରୀ l ଧାର୍ମିକ କାର୍ଯ୍ୟ ରେ ମନ ଖୋଲି ପଇସା ଖର୍ଚ୍ଚ କରିବା ଆବଶ୍ୟକ l