କିଛି ଖରାପ ଓ ଭଲ ଅଭ୍ୟାସ ସମସ୍ତଙ୍କ ମଧ୍ୟରେ ରହିଥାଏ l କିନ୍ତୁ ଏଭଳି କିଛି ଅଭ୍ୟାସ ଥାଏ ଯାହା ବ୍ୟକ୍ତିକୁ କାଙ୍ଗାଳ କରି ଦେଇଥାଏ l ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିଶାସ୍ତ୍ର ରେ ଆମେ ଜାଣିବା ବ୍ୟକ୍ତିର କେଉଁ ସବୁ ଅଭ୍ୟାସ ଯୋଗୁଁ ସେ ହୋଇଥାଏ କାଙ୍ଗାଳ l
– ଯେଉଁ ଲୋକମାନେ ଅନ୍ୟକୁ ଦେଖେଇ ହୋଇ ବଢ଼େଇ ଚଢେଇ ଅଧିକ ପଇସା ଖର୍ଚ୍ଚ କରି ଥାଆନ୍ତି ସେମାନ ଙ୍କ ନିକଟରେ ଲକ୍ଷ୍ମୀ ଙ୍କ ବାସ ହୋଇ ନଥାଏ l
– କିଛି ଲୋକ ଏଭଳି ଥାଆନ୍ତି ନିଜକୁ ପଇସା ଵାଲା ବା ଧନୀ ଦର୍ଶାଇବା ପାଇଁ ଗ୍ରୁପ ତିଆରି କରି ଦେଖେଇ ହୋଇ ପଇସା ଖର୍ଚ୍ଚ କରନ୍ତି l ଏଭଳି ଲୋକ ମାନେ ଖୁବ ଶୀଘ୍ର ଦରିଦ୍ରତା ର ଶିକାର ହୁଅନ୍ତି l ଏବଂ ଏଭଳି ଲୋକ ନିଜକୁ ଗୋଟିଏ ନେତା ଭାବି ବାସନ୍ତୀ l
– ଆଉ ଏଭଳି କିଛି ଲୋକ ମଧ୍ୟ ଥାଆନ୍ତି ଯିଏକି ନିଜ ଆଡକୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ ପଇସା ଖର୍ଚ୍ଚ କରି ଥାଆନ୍ତି l ଯାହାକି ତାଙ୍କୁ ଦରିଦ୍ରତା ଆଡକୁ ଟାଣି ନେଇଥାଏ l
– ଯେଉଁ ବ୍ୟକ୍ତି ମାନଙ୍କର ନିଶା ସେବନ କରିବାର ଅଭ୍ୟାସ ରହିଥାଏ ସେମାନେ ମଧ୍ୟ ଦରିଦ୍ରତା ର ଶିକାର ହୁଅନ୍ତି, କାହିଁକି ନା ନିଶା ଶକ୍ତ ବ୍ୟକ୍ତି କଦାପି ଭାବିଚିନ୍ତି ପଇସା ଖର୍ଚ୍ଚ କରନ୍ତି ନାହିଁ l ଏଭଳି ବ୍ୟକ୍ତିଙ୍କ ନିକଟରେ ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ l