ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ରେ କୁହାଯାଇଛି ଯେ ମନୁଷ୍ୟ ଏକାକୀ ଜନ୍ମ ନେଇଥାଏ , ଏକାକୀ ମୃତ୍ୟୁ ବରଣ କରିଥାଏ l ଅର୍ଥାତ ପ୍ରତ୍ୟେକ ମଣିଷ ଜନ୍ମ ଓ ମୃତ୍ୟୁ ର ଚକ୍ରରେ ଏକାକୀ ଫସି ଥାଆନ୍ତି ଓ ଏକାକୀ ପାପ ପୁଣ୍ୟ ର ଫଳ ଭୋଗ କରିଥାଏ l କାହିଁକି ନା ପିତା ମାତା ଭାଇ ବନ୍ଧୁ ସନ୍ତାନ କେହି ମଧ୍ୟ ତାର ଦୁଃଖ କିମ୍ବା ପାପରେ ଭାଗୀ ହୋଇ ନଥାଆନ୍ତି l
