ଆଚାର୍ଯ୍ୟ ଚାଣକ୍ୟଙ୍କୁ ଆମେ ସମସ୍ତେ ଜାଣିଚୁ, ସେ ଜୀବନ କୁ ବୁଝିବା ଓ ନୀତିଶାସ୍ତ୍ର ର ଜୀବନ ଉପରେ ପ୍ରଭାବକୁ ନେଇ ଅନେକ ସୂତ୍ର ଦେଇଛନ୍ତି, କୌଣସି ବ୍ୟକ୍ତିର ଜୀବନ ତାର କର୍ମକୁ ନେଇ ସ୍ଥିର ହୋଇଥାଏ, କିନ୍ତୁ କିଛିଟା କଥା ଏଭଳି ରହିଛି ଯାହା ବ୍ୟକ୍ତିର ଜନ୍ମ ପୂର୍ବରୁ ସ୍ଥିର ହୋଇଥାଏ, ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଶାସ୍ତ୍ରରେ କଣ ସେହି ୫ଟି କଥା -:
* ପ୍ରତ୍ୟେକ ବ୍ୟକ୍ତିର ଆୟୁ ତାର ଜନ୍ମ ପୂର୍ବରୁ ସ୍ଥିର ହୋଇଥାଏ, ଯେତେବେଳେ ଶିଶୁ ମା ର ଗର୍ଭରେ ରହିଥାଏ ସେତେବେଳେ ହିଁ ସ୍ଥିର ହୋଇଥାଏ ସେ କେତେଦିନ ପୃଥିବୀ ଉପରେ ଜୀବିତ ରହିବ, ତେଣୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ନିର୍ଧାରିତ ସମୟ ପୂର୍ବରୁ ହୋଇନଥାଏ l
* ଚାନକୟ ଙ୍କ ନୀତିରେ ବ୍ୟକ୍ତିର ଜୀବନ ତାର କର୍ମ ଉପରେ ଆଧାରିତ ହୋଇଥାଏ, ଆଜିର ସମୟରେ ଆମର ସ୍ଥିତି ଯାହାବି ରହିଛି, ତାହା ଆମର ପୂର୍ବ କର୍ମର ଫଳ, ଏବଂ ଆଗକୁ ଆମ ଜୀବନ ଯାହାବି ହେବ ତାହା ଆମର ବର୍ତମାନ କର୍ମର କୁ ନେଇ, ତେଣୁ ଚାଣକ୍ୟ କହିଛନ୍ତି ଯେ ଯାହା ମଧ୍ୟ ସୁଖ, ଦୁଃଖ, ସଫଳତା କିମ୍ବା ଅସଫଳତା ଆମେ ଏହି ଜନ୍ମ ରେ ପାଇବା ତାହା ଆମର ପୂର୍ବ ଜନ୍ମର କର୍ମର ଫଳ l
* ଚାଣକ୍ୟ ନୀତି କହୁଛି ବ୍ୟକ୍ତିର ଆର୍ଥିକ ସ୍ଥିତି ତାର ଜନ୍ମ ପୂର୍ବରୁ ସ୍ଥିର ହୋଇଥାଏ, ଏହାର ଅର୍ଥ ନୁହେଁ ଯେ ବ୍ୟକ୍ତି ପରିଶ୍ରମ କରିବା ଛାଡ଼ିଦେବି, ଯଦି ସବୁକିଛି ଭାଗ୍ୟ ବଳରେ ମିଳିଥାଏ ତେବେ କେହି ପରିଶ୍ରମ କରନ୍ତେ ନାହିଁ l
* ପ୍ରତ୍ୟେକ ମଣିଷର ବୁଦ୍ଧି ଓ ଶିଖିବାର କ୍ଷମତା ତାର ଜନ୍ମ ପୂର୍ବରୁ ସ୍ଥିର ହୋଇଥାଏ, କାହା ପାଖରେ ବୁଝିବାର କ୍ଷମତା ଅଧିକ ରହିଥାଏ ତ ଆଉ କାହା ନିକଟରେ କମ l କିନ୍ତୁ ଆମେ ଯୋଉଟା ମନଦେଇ କରିବା ତାର ଫଳ ହିଁ ପାଇବା କୁ ଯୋଗ୍ୟ ହେବା l
