ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ର ରେ କହିଛନ୍ତି ଯେ ସେହି ବ୍ୟକ୍ତି ଜୀବନ ସାରା ଗରିବ ରହିଥାଏ କାହିଁକି ନା ସେ ଭୁଲ ସ୍ଥାନକୁ ଯାଇଥାଏ l ଅର୍ଥାତ ଚାଣକ୍ୟ ଙ୍କ ନୀତି ଅନୁସାରେ ଗରୀବ ହେବାର ଗୋଟିଏ କାରଣ ଭୁଲ ସ୍ଥାନ କୁ ବାଛିବା l
ଏହିସବୁ ସ୍ଥାନକୁ କଦାପି ଯାଆନ୍ତୁ ନାହିଁ –
– ଚାଣକ୍ୟ ନିଜ ନୀତିଶାସ୍ତ୍ର ରେ କହିଛନ୍ତି ଆପଣ ଯେଉଁ ସ୍ଥାନରେ ନିଜର ସଂସ୍ଥା କରୁଛନ୍ତି କିମ୍ବା କିଛି ବ୍ୟବସାୟ କରୁ ନଥିବା ବ୍ୟକ୍ତି ସହିତ ଯଦି ରହୁଛନ୍ତି ସେମାନଙ୍କ ନିକଟ କୁ ଯାଆନ୍ତୁ ନାହିଁ l କାହିଁକି କାମ ଚୋର ଲୋକଙ୍କ ସହିତ ରହିଲେ ଜୀବନରେ କଦାପି ଉନ୍ନତି ହୁଏ ନାହିଁ l
– ଯଦି ଆପଣଙ୍କ ଘର କିଛି ଏଭଳି ସ୍ଥାନରେ ରହିଛି ଯେଉଁଠି ବ୍ରାହ୍ମଣ, ଜ୍ଞାନୀ, ପଣ୍ଡିତ ରହୁ ନାହାନ୍ତି ତେବେ ସେଭଳି ସ୍ଥାନକୁ ଯିବା ଉଚିତ ନୁହେଁ କିମ୍ବା ସେହିଭଳି ସ୍ଥାନରେ ରହିବା ଉଚିତ ନୁହେଁ l କାହିଁକି ନା କର୍ମ ମୟ ଜୀବନ ରେ ଧର୍ମର ଅନେକ ମହତ୍ୱ ରହିଛି l
– ଜଳ ହିଁ ଜୀବନ, ତେଣୁ ଚାଣକ୍ୟ କହିଛନ୍ତି ଯେଉଁ ସ୍ଥାନରେ ଜଳର ଅଭାବ ସେଠାରେ ରହିଲେ ଦାରିଦ୍ରତା ଆସିଥାଏ l ତେଣୁ ନଦୀ, ପୋଖରୀ କିମ୍ବା କୂଅ ଥିବା ସ୍ଥାନରେ ରହିବା ଜରୁରୀ ଅଟେ l
– ଯଦି ଆପଣଙ୍କ ଘରର ଆଖପାଖ ରେ କୌଣସି ଚିକିତ୍ସକ, ବୈଦ୍ୟ ନ ରହୁଛନ୍ତି ସେଭଳି ସ୍ଥାନରେ ବସବାସ କରିବା ଉଚିତ ନୁହେଁ l କାହିଁକି ନା ଏଭଳି ସ୍ଥାନ ଦାରିଦ୍ର୍ୟତା କୁ ଟାଣି ଆଣିଥାଏ ଏବଂ ଜୀବନ ଦୁର୍ବିସହ ହୋଇ ପଡିଥାଏ l ଏବଂ ବ୍ୟକ୍ତି ଜରା ବ୍ୟାଧି ଗ୍ରସ୍ତ ରେ ପୀଡିତ ହୋଇଥାଏ l
– ଯେଉଁ ସ୍ଥାନରେ କୁଚକ୍ରୀ ବ୍ୟକ୍ତି ବାସ କରନ୍ତି, ଯେଉଁ ସ୍ଥାନରେ ପର ଆଲୋଚନା କରୁଥିବା ବ୍ୟକ୍ତି ବାସ କରନ୍ତି, ଏବଂ ଯେଉଁ ସ୍ଥାନରେ ପର ନିନ୍ଦା କରୁଥିବା ବ୍ୟକ୍ତି ରହି ଥାଆନ୍ତି ସେହି ଜାଗାର କଦାପି ଉନ୍ନତି ହୁଏ ନାହିଁ l