ଚାଣକ୍ୟ ନୀତି ଆମ ଜୀବନ କୁ ମାର୍ଗ ଦର୍ଶନ କରାଇ ଥାଏ । ଆମେ ଆମ ଦୈନନ୍ଦିନ ଜୀବନ ରେ ଏହିସବୁ ନୀତି ଶାସ୍ତ୍ର କୁ ପାଲନ କରି ସଫଳତା ର ପାହାଚ ଅତିକ୍ରମ କରିଥାଉ । ଆଜିର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ର ଏପରି କିଛି ଅଭ୍ୟାସ କୁ ଦର୍ଶା ଯାଇଚି ଯାହା ତାକୁ ସଫଳ ହେବାକୁ ଦେଇ ନଥାଏ ।
ସେହିସବୁ ଅଭ୍ୟାସ ଗୁଡ଼ିକ ହେଲା -:
* ସମୟ କୁ ଅଯଥା ନଷ୍ଟ କରିବା ଉଚିତ୍ ନୁହେଁ –
ଚାଣକ୍ୟ ନୀତି ଅନୁସାରେ ମଣିଷ ଯଦି ଜୀବନ ରେ ସଫଳ ହେବାକୁ ଚାହୁଁଛି ତେବେ ସର୍ବଦା ସମୟ କୁ ଗୁରୁତ୍ଵ ଦେବା ଆବଶ୍ୟକ। କାରଣ ସମୟ କାହାକୁ ଅପେକ୍ଷା କରି ନଥାଏ । ଯେଉଁ ସମୟ ଚାଲିଯାଏ ଆଉ ଫେରି ଆସି ନଥାଏ । ତେଣୁ ଜୀବନ ରେ ଯେଉଁ ବ୍ୟକ୍ତି ସମୟ କୁ ହାତ ଛଡ଼ା ନକରି କାର୍ଯ୍ୟ କରିଥାଏ ସେହିଁ କେବଳ ସଫଳତା ହାସଲ କରିଥାଏ ।
* ଆଳସ୍ୟ ମନୁଷ୍ୟ ର ବଡ଼ ଶତ୍ରୁ –
ଚାଣକ୍ୟ ନୀତି ଅନୁସାରେ ଆଳସ୍ୟ ମନୁଷ୍ୟର ଗୋଟିଏ ଏଭଳି ଅବଗୁଣ ଯାହା ତାକୁ ସଫଳତା ହାସଲ କରିବାକୁ ଦେଇ ନଥାଏ । ଆଳସ୍ୟ ପରାୟଣ ବ୍ୟକ୍ତି ଜୀବନ ରେ କେବଳ ବିଫଳତା ହାସଲ କରି ଯନ୍ତ୍ରଣା ଅନୁଭବ କରିଥାଏ ।
* ପରିଶ୍ରମ ଠାରୁ ଦୂରେଇ ରହିବା ବ୍ୟକ୍ତି କଷ୍ଟ ପାଇଥାନ୍ତି –
ପରିଶ୍ରମ କରିବା ଠାରୁ ଦୂରେଇ ରହୁଥିବା ବ୍ୟକ୍ତି ଜୀବନ ରେ କଷ୍ଟ ଲାଭ କରିଥାଏ ଓ ଏଭଳି ଲୋକ ଲକ୍ଷ୍ମୀ ଙ୍କ କୃପା ଲାଭ କରନ୍ତି ନାହିଁ । ପରିଶ୍ରମ ବିନା ସଫଳତା ସମ୍ଭବ ନୁହେଁ। ତେଣୁ ପରିଶ୍ରମୀ ହେବା ନିହାତି ଜରୁରୀ ।
* ଖରାପ୍ ଅଭ୍ୟାସ ସଫଳତା ରେ ସାଜେ ବାଧକ –
ଚାଣକ୍ୟ ନୀତି ଅନୁସାରେ ଖରାପ୍ ଅଭ୍ୟାସ ମଣିଷକୁ ନଷ୍ଟ କରି ଦେଇଥାଏ । ନିଶା ଶକ୍ତ ବ୍ୟକ୍ତି ସବୁବେଳେ ନିଶା ଅଭ୍ୟାସ କୁ ଆପଣାଇ ଜୀବନ କୁ ନଷ୍ଟ କରି ଦେଇଥାଏ ଯାହା ତାର ଦୁଃଖ ର କାରଣ ଅଟେ । ଏଭଳି ଲୋକ କଦାପି ସଫଳତା ଲାଭ କରି ପାରନ୍ତି ନାହିଁ ।