ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ମଣିଷ ଜୀବନର ସମସ୍ତ ଅସୁବିଧାର ସମାଧାନ ବିଷୟରେ ମଣିଷକୁ ଜ୍ଞାନ ଦେଇଥାଆନ୍ତି l ଯେଉଁଥିରେ ସମସ୍ତ ସମାଧାନ ରହିଥାଏ l ଆଚାର୍ଯ୍ୟ ନିଜ ନୀତି ଶାସ୍ତ୍ରରେ କହିଛନ୍ତି ଯଦି ମଣିଷ ନିଜ ବାର୍ଦ୍ଧକ୍ୟ ଅବସ୍ଥାରେ ସୁଖ ଶାନ୍ତିରେ ରହିବାକୁ ଚାହିଁ ଥାଏ, ତେବେ ଏହି ୫ଟି କଥାକୁ ନିହାତି ମାନିବା ଜରୁରୀ l ଆସନ୍ତୁ ଜାଣିବା କେଉଁ ୫ଟି ଅଭ୍ୟାସ ଯାହାକି ବାର୍ଦ୍ଧକ୍ୟ ବୟସ କୁ ସଫଳ କରିଥାଏ l
* ଚାଣକ୍ୟ ଙ୍କ ନୀତି ଅନୁସାରେ ବାର୍ଦ୍ଧକ୍ୟ ରେ ଆପଣଙ୍କ ତୁଣ୍ଡରେ ଦାନା ଆପଣଙ୍କ ସନ୍ତାନ ନୁହେଁ, ଆପଣ ଦେଇଥିବା ସଂସ୍କାର ଦେବ l ତେଣୁକରି ନିଜ ପିଲାଙ୍କ ମଧ୍ୟରେ ଛୋଟ ବେଳରୁ ଭଲ ସଂସ୍କାର ଦିଅନ୍ତୁ l ତେଣୁ ନିଜ ପିଲାଙ୍କ ନିକଟରେ ନିଜର ଭଲ ବ୍ୟକ୍ତିତ୍ୱ ରଖନ୍ତୁ, କାହିଁକି ନା ଆପଣଙ୍କ ବ୍ୟକ୍ତିତ୍ୱ ହିଁ ଆପଣଙ୍କୁ ନିଜ ସନ୍ତାନ ନିକଟରେ ସମ୍ମାନିତ କରିବ l
* ଚାଣକ୍ୟ ଙ୍କ ନୀତି ଅନୁସାରେ ଈଶ୍ୱର ଆପଣଙ୍କ ଚିତ୍ର ରେ ନୁହେଁ, ବରଂ ଚରିତ୍ର ରେ ବାସ କରି ଥାଆନ୍ତି l ଯଦି ଆପଣଙ୍କ ଚରିତ୍ର ଦାଗ ବିହୀନ ରହିବ ତେବେ ବୃଦ୍ଧାବସ୍ଥା ରେ ଆପଣଙ୍କର ସମସ୍ତେ ସମ୍ମାନ କରିବେ l ମଣିଷ ର ଚରିତ୍ର ହିଁ ତାର ବଡ଼ ଅଳଙ୍କାର ଅଟେ l
* ଚାଣକ୍ୟ କହିଛନ୍ତି ଯେ କଦାପି ପଦବୀ ର ଅହଂକାର ବ୍ୟକ୍ତିକୁ କରିବା ଉଚିତ ନୁହେଁ l କାହିଁକିନା ଯେଉଁ ବ୍ୟକ୍ତି ନିଜ ପଦବୀର ଅହଂକାର କରିଥାଏ ସେ କଦାପି ଅନ୍ୟମାନଙ୍କର ସମକକ୍ଷ ହୋଇପାରି ନଥାଏ ଏବଂ ବାର୍ଦ୍ଧକ୍ୟ ଅବସ୍ଥାରେ ଏକାକୀ ରହିଯାଏ l
* ଯୁବାବସ୍ଥାରେ ଅନ୍ୟକୁ ନିଜର ସାମର୍ଥ୍ୟ ଅନୁସାରେ ସାହାଯ୍ୟ ର ମନୋବୃତି ରଖିବା ଉଚିତ l କାହିଁକି ନା ଏହା ଦ୍ୱାରା ଆପଣ ସେହି ମାନଙ୍କ ନିକଟରୁ ବୟସ ବଢିବା ସମୟରେ ସାହାଯ୍ୟ ପାଇବେ l
* ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ଭେଦଭାବ ନିଜ ଲୋକଙ୍କ ମଧ୍ୟରେ ଦୂରତା ବୃଦ୍ଧି କରିଥାଏ , ଯାହାକି ମଣିଷ କୁ ଏକାକୀ କରିଦେଇ ଥାଏ l ତେଣୁ ବୟସ ଥିବା ସମୟରେ ସମସ୍ତ ଙ୍କ ସହିତ ମିଳିମିଶି ରୁହନ୍ତୁ l ଯାହାଦ୍ୱାରା ଆପଣ ବୃଦ୍ଧ ଅବସ୍ଥାରେ ସମସ୍ତଙ୍କ ନିକଟରୁ ଆଦର ଓ ସମ୍ମାନ ପାଇବେ l