ଆଚାର୍ଯ୍ୟ ଚାଣକ୍ୟ ରାଜନୀତି , କୂଟନୀତି , ଅର୍ଥନୀତି ଓ ଶାସ୍ତ୍ରରେ ବିଶାରଦ ଥିଲେ l ତାଙ୍କ ନୀତିବାଣୀ ଜୀବନ ର ଗତିପଥ କୁ ବଦଳାଇ ଦେଇଥାଏ l ସେ ନିଜର ଶାସ୍ତ୍ର ମାଧ୍ୟମରେ ମାନବ ଜୀବନ ର ଅନେକ ଅସୁବିଧା କୁ ଦୂରେଇବା ପାଇଁ ଚେଷ୍ଟା କରିଛନ୍ତି l ଏହି ନୀତି କୁ ପାଳନ କରିବା ଦ୍ୱାରା ମାନବ ନିଜ ଜୀବନ ରେ ଅନେକ ଖରପ୍ ସ୍ଥିତି ପ୍ରତି ସଜାଗ ହୋଇଯାଇ ଥାଏ l
ଆମ ପ୍ରତିଦିନ ଜୀବନ ରେ ଏଭଳି କିଛି ଖରାପ ସଂକେତ ଆସିଥାଏ ଯାହାକି ଆମକୁ ଆଗାମୀ ଭବିଷ୍ୟତ ପାଇଁ ସତର୍କ କରିଦେଇ ଥାଏ l
ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ କଣ -:
*ତୁଳସୀ ବୃକ୍ଷ ହେଉଛି ଘରର ରକ୍ଷା କତ୍ରୀ l ଯିଏକି ଆମ ପରିବାର କୁ ରକ୍ଷା କରି ଥାଆନ୍ତି ଓ ଜୀବନ ରେ ସୁଖ ସମୃଦ୍ଧି ଆଣି ଥାଆନ୍ତି l କିନ୍ତୁ ଯଦି ମା ବୃନ୍ଦାବତୀ ପୂଜା ପାଠ ସତ୍ୱେ ମଧ୍ୟ ଶୁଖି ଯାଇ ଥାଆନ୍ତି ତେବେ ଏହା ଭବିଷ୍ୟତ ରେ ଆର୍ଥିକ ସଙ୍କଟ ର କାରଣ ହୋଇଥାଏ l
* ଯଦି ଆପଣଙ୍କ ଘରେ ଅଚାନକ କଳହ ଦେଖା ଦେଇଥାଏ କିମ୍ବା ଛୋଟ ଛୋଟ କଥାରେ ଝଗଡା ହୋଇଥାଏ ତେବେ ଏହା ଆର୍ଥିକ ସଙ୍କଟ ଆଡକୁ ଇସାରା କରିଥାଏ l
* ଘରେ ବାରମ୍ବାର କାଚ ଜିନିଷ ଭାଙ୍ଗିବା ଶୁଭ ସଂକେତ ନୁହେଁ , ଏହା ଧନ ହାନି ର ସଂକେତ ଦେଇଥାଏ l ତେଣୁ ସବୁବେଳେ ଏହି କଥାର ଧ୍ୟାନ ରଖିବେ l
* ଚାଣକ୍ୟ ଙ୍କ ନୀତି ଅନୁସାରେ ଯେଉଁ ଘରର ବ୍ୟକ୍ତି ପୂଜା ପାଠରେ ମନ ଲଗାନ୍ତି ନାହିଁ , ଈଶ୍ୱର ଙ୍କୁ ଅଣଦେଖା କରନ୍ତି ଓ ସର୍ବଦା ପର ନିନ୍ଦା ପର ଆଲୋଚନା ରେ ବୁଡି ରହି ଥାଆନ୍ତି ସେହି ଘରେ ଲକ୍ଷ୍ମୀ ଙ୍କ ବାସ ହୋଇ ନଥାଏ l
* ସର୍ବଦା ଘରେ ବୟସ୍କ ମାନଙ୍କର ସମ୍ମାନ କରିବା ଉଚିତ l କାହିଁକି ନା ଗୁରୁଜନ ମାନଙ୍କ ର ସମ୍ମାନ ଓ ଆଦର କରିବା ଦ୍ୱାରା ତାଙ୍କର ଆଶୀର୍ବାଦ ଲାଭ ହୋଇଥାଏ l ଯାହାକି ଜୀବନ ରେ ସୁଖ ଓ ସମୃଦ୍ଧି ଆଣିଥାଏ l