ଚାଣକ୍ୟଙ୍କ ନୀତିଶାସ୍ତ୍ର ମଣିଷ ଜୀବନକୁ ନୂତନ ଦିଗ ଦେଇଥାଏ ଓ ଏହା ସହିତ ବ୍ୟକ୍ତି ଜୀବନ ସହିତ ଜଡିତ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ l ଚାଣକ୍ୟ ନୀତି ଦ୍ୱାରା ଆମ ଜୀବନ ନୂତନ ଦିଗ ଲାଭ କରିବାରେ ସାହାଯ୍ୟ କରିଥାଏ l ଆଜିର ଚାଣକ୍ୟ ନୀତି ଜୀବନ ରେ ଧନ ଲାଭର ମାର୍ଗ ଦର୍ଶନ କରିଛି ବୋଲି କହିଲେ ଅତ୍ୟକଟି ହେବନାହିଁ l
– ଚାଣକ୍ୟ ନୀତି ଅନୁସାରେ ସର୍ବଦା ପଇସା ଖର୍ଚ୍ଚ ଭାବିଚିନ୍ତି କରିବା ଆବଶ୍ୟକ l ଯାହାଦ୍ୱାରା ଆମେ ଧନ ହାନୀ ର ସମୁଖୀନ ହେବା ନାହିଁ ଓ ଜୀବନ ସୁଖମୟ ହେବ l କାହିଁକି ନା ଭାବିଚିନ୍ତି ଧନ ଖର୍ଚ୍ଚ କରୁଥିବା ବ୍ୟକ୍ତି ଜୀବନରେ ସର୍ବଦା ଖୁସିରେ ରହିଥାଏ l ଏହାଛଡା ଏଭଳି ବ୍ୟକ୍ତିଙ୍କ ନିକଟରେ ପଇସା ମଧ୍ୟ ରହିଥାଏ l
– ସବୁବେଳେ ଧନ ଉପାର୍ଜନ କରିବା ସମୟରେ ଭାବିଚିନ୍ତି ଉପାର୍ଜନ କରିବେ ଓ ଭାବିଚିନ୍ତି ଖର୍ଚ୍ଚ କରିବେ ତେବେ କଦାପି ଜୀବନରେ ଅସୁବିଧାର ସମୁଖୀନ କରିବେ ନାହିଁ l ଯେପରିକି କିଛି ଲୋଭରେ ଭୁଲ କାର୍ଯ୍ୟରେ ଧନ ଉପାର୍ଜନ କରନ୍ତି, କିନ୍ତୁ ଏଭଳି ଧନ ଦୀର୍ଘ ସମୟ ଧରି ଭୋଗ କରିବାର ଅବସ୍ଥାରେ ରୁହେ ନାହିଁ l
– ଧନ ଉପାର୍ଜନ ରେ ସଂଗତି ର ମଧ୍ୟ ଖୁବ ପ୍ରଭାବ ରହିଥାଏ l କାରଣ ଚାଣକ୍ୟନୀତି କହୁଛି, ଗୋଟିଏ ଭଲ ସଂଗତି ଜୀବନ ରେ ଅନେକ ଉର୍ଧ୍ଵ କୁ ନେଇଯାଇଥାଏ, କିନ୍ତୁ ଗୋଟିଏ ଖରାପ ସଂଗତି ଜୀବନ ନର୍କ କରି ଦେଇଥାଏ l ସେହିଭଳି ମଣିଷ ଖରାପ ସଂଗତି ରେ ଖରାପ ରାସ୍ତାରେ ଧନ କ୍ଷୟ କରିଥାଏ, ଯାହା ତାକୁ ଦରିଦ୍ରତା ଆଡକୁ ଟାଣି ନେଇ ଯାଇଥାଏ l
– ଚାଣକ୍ୟ ନୀତି କହୁଛି ଯେଉଁ ବ୍ୟକ୍ତି ଅଧ୍ୟାତ୍ମ ଉପାୟ ଆପଣାଇ ଥାଏ ସେ କଦାପି ଧନ ର ଅସୁବିଧାକୁ ଭୋଗ କରି ନଥାଏ l ତେଣୁ ମଣିଷ ଜୀବନ ରେ ଆଧ୍ୟାତ୍ମିକତା ର ବିକାଶ ହେବା ନିହାତି ଆବଶ୍ୟକ ।
– ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ସତ୍ୟ ର ମାର୍ଗରେ ସର୍ବଦା ଚାଲିଥାଏ ସେ କଦାପି ଜୀବନ ରେ ଧନ ର ଅସୁବିଧାର ସମ୍ମୁଖୀନ ହୋଇ ନଥାଏ । କାହିଁକି ନା ସତ୍ କର୍ମ ସତ୍ ଚିନ୍ତା ସତ୍ ମାର୍ଗ ସତ୍ ସଙ୍ଗ ହିଁ ମଣିଷ କୁ ଜୀବନ ରେ ଆଗକୁ ନେଇଥାଏ ।
– କଦାପି କାହାକୁ ଠକିବା ଉଚିତ୍ ନୁହେଁ । କାହିଁକି ନା ଠକି କି ଉପାର୍ଜିତ କରାଯାଇ ଥିବା ଧନ କଦାପି ସ୍ଥାୟୀ ହୋଇ ରହି ନଥାଏ । ଆମେ ଅନ୍ୟକୁ ଯେତିକି ଠକି କି ଉପାର୍ଜିତ କରିଥାଉ ତାର ୧୦ ଗୁଣ ଆମକୁ ପରିଶୋଧ କରିବାକୁ ପଡ଼ିଥାଏ ।
