Odisha news

ପାକିସ୍ତାନ POK କୁ ନେଇ ନେଲା ବଡ ନିଷ୍ପତି

0

ନୂଆଦିଲ୍ଲୀ : ଦେବାଳିଆର ସୀମା ଟପି ଥିବା ପାକିସ୍ତାନ ର ଅସୁବିଧା କମିବାର ନା ଧରୁନାହିଁ l  ପାକିସ୍ତାନ ଯେମିତି ସେମିତି ନିଜ ଆର୍ଥିକ ସ୍ଥିତି କୁ ସୁଧାରିବାକୁ ଚାହୁଁଛି l  ନିଜର ମିତ୍ର ଦେଶ ମାନଙ୍କ ସାହାଯ୍ୟର ଭିକ୍ଷା ମାଗିବାରେ ଲାଗିଛି l ଲୋକେ ନିଜର ଆବଶ୍ୟକତା ଙ୍କୁ ମେଣ୍ଟାଇବା ପାଇଁ ତରସି ଯାଉଛି l  ଏଥି ମଧ୍ୟରେ ପାକିସ୍ତାନ ର ସହବାଜ ସରକାର ଙ୍କ କବ୍ଜା ରେ ରହିଥିବା ପିଓକେ ଲୋକଙ୍କର ଅସୁବିଧା ବଢାଇବାର ନିଷ୍ପତି ନେଇଛନ୍ତି l  ବିଶେଷ ଭାବରେ ପାକିସ୍ତାନ ସରକାର ପାକ ଅଧିକୃତ କାଶ୍ମୀର ରେ ବିଜୁଳୀ ଉପରେ ଥିବା ସବସିଡି କୁ ସମାପ୍ତ କରି ଦେଇଛନ୍ତି l  ଗୋଟିଏ ନୋଟିଫିକେସନ ଜାରି କରି ସହବାଜ ସରକାର ନିଜର ଲାଗୁ ହୋଇଥିବା ବିଜୁଳୀ ରେ ସବସିଡି କୁ ସମାପ୍ତ କରି ଦେଇଛନ୍ତି l କେବଳ ଏତିକି ନୁହେଁ, ପାକିସ୍ତାନ ର ଅବୈଧ ଭାବରେ କବ୍ଜା କରିଥିବା ପୁରୁଣା ଟ୍ୟାକ୍ସ ଦରକୁ ରଦ୍ଧ କରିଦିଆ ଯାଇଛି l

ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ପିଓକେ ପାଇଁ ଜାରି କରାଯାଇଥିବା ଏକତରଫା ରାଜିନାମା ଅନୁସାରେ ଦରବୃଦ୍ଧି ର ସମୁଖୀନ ହେଉଥିବା ଲୋକଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି l  ଆର୍ଥିକ ଅସୁବିଧାର ସମୁଖୀନ ହେଉଥିବା ପାକିସ୍ତାନ ସରକାର ଏହି ନିଷ୍ପତି ନିଜର ରାଜସ୍ବ ବୃଦ୍ଧି ପାଇଁ ନେଇଛନ୍ତି l ସୂଚନା ଅନୁସାରେ ବର୍ତମାନ ପିଓକେ ରେ ବିଜୁଳୀ ର ପ୍ରତି ୟୁନିଟ ମୂଲ୍ୟ ୧୬ ଟଙ୍କା ରୁ ବୃଦ୍ଧି ହୋଇ ୨୨ ଟଙ୍କା ପ୍ରତି ୟୁନିଟ ହେବ l ଯାହାଦ୍ୱାରା ସାଧାରଣ ଲୋକର କାନ୍ଧ ଉପରେ ଗୋଟିଏ ବଡ଼ ବୋଝ ଲଦି ହୋଇ ଯାଇଛି l  କିଛି ଦିନ ପୂର୍ବରୁ ପାକିସ୍ତାନ ର ଅନେକ ଗୁଡିଏ ସହରରେ ବିଜୁଳୀ କାଟ ହୋଇଥିବାର ଦେଖିବାକୁ ମିଳିଥିଲା l ଯାହାକି ସୋସିଆଲ ମିଡିଆରେ ଖୁବ ଆଲୋଚନା କରାଯାଇହିଲା l ପାକିସ୍ତାନ ରେ ବିଜୁଳୀ ଉତ୍ପାଦନ ଭଲରେ ହୋଇଥିଲେ ସୁଧା ପାକିସ୍ତାନ ସରକାରଙ୍କର ଏଭଳି ନିଷ୍ପତି ପିଓକେ ବାସୀ ଙ୍କର ଚିନ୍ତା ବଢ଼ିଛି l

Leave A Reply