Odisha news

ଚାଣକ୍ୟଙ୍କ ନୀତି : ଏହିସବୁ କାରଣରୁ ପାରିବାରିକ ଜୀବନ ରେ ବିଷ ଭରି ଯାଇଥାଏ

0

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ମଣିଷ ଜୀବନକୁ ପଥପ୍ରଦର୍ଶନ କରାଇଥାଏ l ଆଜିର ଚାଣକ୍ୟ ନୀତିରେ ପାରିବାରିକ ଜୀବନ ରେ ଏଭଳି କିଛି କଥା ରହିଥାଏ ଯାହାକି ବିଶ ସଦୃଶ ହୋଇଥାଏ ଓ ଘର ଭାଙ୍ଗିବାରେ ସାହାଯ୍ୟ କରିଥାଏ, ସେହି ବିଷୟରେ ଦର୍ଶାଇ ଛନ୍ତି l

* ଚାଣକ୍ୟଙ୍କ ନୀତି ଅନୁସାରେ ମଣିଷ ନିଜ ପରିବାରୀକ ଜୀବନ ରେ ସନ୍ଦେହ କୁ ଯଦି ପ୍ରଶ୍ରୟ ଦେଇଥାଏ, ତେବେ ଏହାର ପରିଣତି ଖୁବ ଭୟାବହ ହୋଇଥାଏ l  କାହିଁକି ନା ସନ୍ଦେହ ସମ୍ପର୍କର ସୂତା ଖିଅକୁ ଦୁର୍ବଳ କରି ଦେଇଥାଏ l ସନ୍ଦେହ କାରଣରୁ ମନରେ ଭୁଲ ଧାରଣା ସୃଷ୍ଟି ହୋଇଥାଏ l କୁହାଯାଏ ଯେ ଯଦି ଥରୁଟିଏ ମନରେ ସନ୍ଦେହ ବସା ବାନ୍ଧି ନେଇଥାଏ ତେବେ ସହଜରେ ଦୂର ହୁଏନାହିଁ l ସମ୍ପର୍କ ରେ ପରିପକ୍ଵତା ରହିବା ଉଚିତ l

* ଅହଂକାର ମଧ୍ୟ ପାରିବାରିକ ଜୀବନରେ ବିଷ ଭରିଦେଇ ଥାଏ l ଏହା ସମ୍ପର୍କ କୁ ଖରାପ କରି ଦେଇଥାଏ l ତେଣୁ ଅହଂକାର ଠାରୁ ଦୂରେଇ ରହିବା ଆବଶ୍ୟକ l ପାରିବାରିକ ଜୀବନ ରେ କଦାପି ଅହଙ୍କାର ର ସ୍ଥାନ ରହିବା ଉଚିତ ନୁହେଁ l

* ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ଯଦି ପାରିବାରିକ ଜୀବନ ସୁଖମୟ ହେଉ ବୋଲି ଚାହୁଁଛନ୍ତି ତେବେ ମିଥ୍ୟା କୁ ପ୍ରଶ୍ରୟ ଦେବା ଉଚିତ ନୁହେଁ l ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କୁ ଓ ପରିବାର କୁ ଭାଙ୍ଗିବାରେ ସାହାଯ୍ୟ କରିଥାଏ ମିଥ୍ୟା l ପରିବାର ଗୋଟିଏ ଏପରି ସ୍ଥାନ ଯେଉଁଠି ସମସ୍ତ କାର୍ଯ୍ୟକୁ ଆପସ ବୁଝାମଣା ଦ୍ୱାରା ସମାଧାନ କରାଯାଇ ଥାଏ l

* ଚାଣକ୍ୟ ନୀତି ଅନୁସାରେ ଆଦର ଓ ସମ୍ମାନ ଯେ କୌଣସି ସମ୍ପର୍କ କୁ ମଜବୁତ ଓ ଦୀର୍ଘ କରିଥାଏ l ଯେଉଁ ପରିବାରରେ ଏହି ୨ଟି ଜିନିଷ କମିବାରେ ଲାଗିଥାଏ ସେହି ପରିବାରରେ ସମ୍ପର୍କ ରଙ୍ଗହୀନ ହୋଇ ଯାଇଥାଏ l ତେଣୁ ସର୍ବଦା ପରିବାର ମଧ୍ୟରେ ଆଦର ଓ ସମ୍ମାନ ରହିବା ଉଚିତ l

Nalco
Leave A Reply