ସାଧାରଣ ଭାବରେ ବ୍ୟକ୍ତି ନିଜର ପ୍ରେମ ଓ ସ୍ନେହ ଭାବନାକୁ ଜାହିର କରିବା ପାଇଁ ଚୁମ୍ବନ ଦ୍ୱାରା ପ୍ରତିକ୍ରିୟା ଦେଇଥାଏ l କିନ୍ତୁ ଏହାଦ୍ୱାରା ରୋଗ ବ୍ୟାପିବାର ସମ୍ଭାବନା ରହିଥାଏ l ଚୁମ୍ବନ ଦ୍ୱାରା ମୋନୋନ୍ୟୁକ୍ଲିଓଶିଶ ନାମକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଥାଆନ୍ତି l ଏହି ସମସ୍ୟା ଏପଷ୍ଟିନ ନାମକ ଭାଇରସ ଦେଖା ଦେଇଥାଏ l ସାଧାରଣତଃ ଭାବରେ ଏହି ରୋଗ କିଶୋର ଓ ଯୁବକ ବୟସର ପିଲା ମାନଙ୍କ ନିକଟରେ ଅଧିକ ଦେଖା ଯାଇଥାଏ l ଏହି ରୋଗଟି ଯୁବକ ମାନଙ୍କ ପାଇଁ କ୍ଷତି କାରକ l
– କିପରି ବ୍ୟାପିଥାଏ ଏହି ରୋଗ :
ମୋନୋନ୍ୟୁକ୍ଲିଓଶିଶ ସାଧାରଣ ଭାବରେ ସାଲାଇବା ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାପିଥାଏ l ଚୁମ୍ବନ ବିଶେଷ ଭାବରେ ଓଠକୁ କରିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ l ଏହାଛଡା ଗୋଟିଏ ପ୍ଲେଟ ରେ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ବ୍ୟାପିବାର ସମ୍ଭାବନା ରହିଥାଏ l ଆହୁରି ମଧ୍ୟ ସଂକ୍ରମିତ ବ୍ୟକ୍ତି ଙ୍କ କାଶ ଛିଙ୍କ ଦ୍ୱାରା ମୋନୋନ୍ୟୁକ୍ଲିଓଶିଶ ରୋଗ ବ୍ୟାପିଥାଏ l
– ମୋନୋନ୍ୟୁକ୍ଲିଓଶିଶ କଣ ?
ମୋନୋନ୍ୟୁକ୍ଲିଓଶିଶ ଏକ ଭାଇରଲ ଇନଫେକ୍ସନ l ଏହି ରୋଗ ଅଧିକାଂଶ ଆଡଲ୍ଟ ଓ କିଶୋର ଅବସ୍ଥାର ପିଲା ମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ l ମୋନୋନ୍ୟୁକ୍ଲିଓଶିଶ ଅଧିକାଂଶ ଗବେଷକ କିସିଙ୍ଗ ଡିଜିଜ ମଧ୍ୟ କହି ଥାଆନ୍ତି l ଏହି ରୋଗ କାରଣରୁ ଜ୍ୱର, ଗଳାରେ କିଚ କିଚ, କାଶ ସମସ୍ୟା ଦେଖିବାକୁ ମିଳିଥାଏ l ଏହି ସଂକ୍ରମଣ କୁ ଶରୀରରୁ ବାହାର କରିବା ପାଇଁ ୨ରୁ୩ ସପ୍ତାହ ସମୟ ଲାଗିଥାଏ l
ଲକ୍ଷଣ -:
ମୁଣ୍ଡ ବିନ୍ଧା ସହିତ ଜ୍ୱର
ଡିହାଇଡ୍ରେସନ ସମସ୍ୟା
ଶରୀରରେ ଏଲର୍ଜୀ ଦେଖାଯିବା
ସର୍ଦି ସହିତ ତଂଟି ଯନ୍ତ୍ରଣା
ଶରୀର ଘୋଳବିନ୍ଧା
ଦୁର୍ବଳ ଲାଗିବା
