ଵ୍ରହ୍ମପୁର , ୧୩/୮- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ୍ ପିଣ୍ଟୁଙ୍କୁ ଆଜି ସଂଧ୍ୟାରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳିଛନ୍ତି। ଆଜି ହାଇକୋର୍ଟରୁ ମିଳିଥିବା ଜାମିନ୍ ସମ୍ପର୍କିତ କାଗଜପତ୍ର ଏଡିଜେ-୨ କୋର୍ଟରେ ଦାଖଲ କରିବା ପରେ ପିଣ୍ଟୁ ଜେଲ୍ରୁ ବାହାରିଛନ୍ତି ବୋଲି ତାଙ୍କର ଓକିଲ ଶିବ ନାରାୟଣ ସାହୁ ସୂଚନା ଦେଇଛନ୍ତି।ତାଙ୍କ ନାମରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୫ଟି ମାମଲାରେ ହାଇକୋର୍ଟ ସର୍ତମୂଳକ ଜାମିନ୍ ପ୍ରଦାନ କରିଥି
ପୂର୍ବତନ ମେୟର ପିଣ୍ଟୁଙ୍କ ନାମରେ ଦଳିତ ବର୍ଗର ଲୋକଙ୍କ ଜମି ହଡ଼ପ୍ ନେଇ ଅଭିଯୋଗ ହୋଇଥିଲା। ଜମି ହରାଇଥିବା ବ୍ୟକ୍ତିମାନେ ଜିଲ୍ଲାଜଜ୍ କୋର୍ଟରେ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୋଳନ୍ଥରା ଥାନାରେ ପିଣ୍ଟୁଙ୍କ ନାମରେ ୫ଟି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଜିଲ୍ଲାଜଜ୍ ଜାମିନ୍ ଖାରଜ କରିଥିଲେ। ଏଣୁ ତାଙ୍କର ଓକିଲ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଆବେଦନର ଶୁଣାଣି କରି ୫ଟି ମାମଲାରେ ସର୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ଆଜି ସଂଧ୍ୟାରେ ପିଣ୍ଟୁ ଜେଲ୍ରୁ ବାହାରିବା ବେଳେ ତାଙ୍କର ବହୁ ସମର୍ଥକ ତାଙ୍କୁ ସ୍ବାଗତ କରିଛନ୍ତି। ପ୍ରକାଶ ଥାଉ କି ପିଣ୍ଟୁ ପ୍ରାୟ ୪ବର୍ଷ ହେଲା ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିଲେ। ସେ ୩ଥର ବିଭିନ୍ନ କାମରେ ଅନ୍ତରୀଣ ଜାମିନ୍ରେ ଆସିଥିବା ତାଙ୍କର ଓକିଲ କହିଛନ୍ତି।
