Odisha news

ପଦାରେ ପଡ଼ିଲା ଜାରକା ଆର.ଡ଼ି ଡିଭିଜନରେ ଦୁର୍ନିତି: ଚଣ୍ଡିଖୋଲ ଏସ.ଡ଼ି.ଓ ସତ ମାନୁଥିଲା ବେଳେ , ଘଣ୍ଟ ଘୋଡ଼ାଉଛନ୍ତି ମୁଖ୍ୟଯନ୍ତ୍ରୀ ଚନ୍ଦ୍ରମୌଳି ପଟ୍ଟନାୟକ

0

ଚଣ୍ଡିଖୋଲ : ସାରା ଦେଶ ଓ ରାଜ୍ୟରେ କରୋନା ଭଳି ମହାମାରୀ ସଂକ୍ରମଣ ଆତଙ୍କିତ କରିଥିଲା ବେଳେ ସରକାର ସବୁ କାମକୁ ପଛ କରି ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଲକ୍ଡ଼ାଉନ ଓ ସଟ୍ଡ଼ାଉନ୍ ଘୋଷଣା କରିଥିଲେ । ଏହି ସମୟରେ କୌଣସି ନିର୍ମାଣଧିନ କାର୍ଯ୍ୟ ନକରି ସରକାର ଅଫିସରମାନଙ୍କୁ କରୋନା କାର୍ଯ୍ୟ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଥିଲା ବେଳେ କିଛି ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ  ଜାରକା ଗ୍ରାମ୍ୟଉନ୍ନୟନ ବିଭାଗ ଆସିଥିବା ଅର୍ଥକୁ ହରିଲୁଟ୍ କରୁଛନ୍ତି ।  ତଦନ୍ତ ଅଧିକାରୀ ପି.ଏମ.ଜେ.ଏସ.ୟାର ମୁଖ୍ୟଯନ୍ତ୍ରୀ ଚନ୍ଦ୍ରମୌଳି ପଟ୍ଟନାୟକ ଏହି ଦୁର୍ନିତିକୁ ଘଣ୍ଟ ଘୋଡ଼ାଉଥିବା ବେଳେ ଚଣ୍ଡିଖୋଲ ଏସ.ଡ଼ି.ଓ ଏହି  ଅଭିଯୋଗକୁ ସତ୍ୟ ବୋଲି ସ୍ୱୀକାର କରିଛନ୍ତି । ଯାହାକି ସାଧାରଣ ଜନସାଧାରଣଙ୍କୁ ଆଚର୍ଯ୍ୟ କରିଛି । ଘଟଣାରୁ ପ୍ରକାଶ ଯେ, ଜାରକା ଆର.ଡ଼ି ଅଫିସରେ ୨୦୧୯-୨୦ ମସିହାରେ ଆସିଥିବା ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗ ପାଇଁ ମୁଖ୍ୟଯନ୍ତ୍ରୀ ଶ୍ରୀ ଚନ୍ଦ୍ରମୌଳି ପଟ୍ଟନାୟକ ତଦାରଖ କରିବା ପାଇଁ ଜାରକା ଅଫିସରେ ପହଞ୍ଚିଥିଲେ ।

ଏହି ସମୟରେ କିଛି ଗଣମାଧ୍ୟମ ଶ୍ରୀ ପଟ୍ଟନାୟକଙ୍କୁ ହୋଇଥିବା ଅଭିଯୋଗର ସବିଶେଷ ତଥ୍ୟ ପ୍ରଦାନ କରିଥିଲେଯେ, ୨୦୧୯-୨୦ରେ ଆସିଥିବା ଅର୍ଥ କାମରେ ନଲଗାଇ ଯଥା ଅଫିସ ଘର, ଧର୍ମଶାଳା ପୋଲିସ ଷ୍ଟେସନ କ୍ୱାଟର, ଏଫ ଟାଇଫ୍ କ୍ୱାଟର, ଡ଼ି ଟାଇଫ୍ କ୍ୱାଟର, ଇ ଟାଇପ୍  କ୍ୱାଟର, ଧର୍ମଶାଳା ତହସିଲ ଅଫିସ, ବଡ଼ଚଣା ପୋଲିସ କ୍ୱାଟର, ବଡ଼ଚଣା ତହସିଲ, ଅଣକା ରାସ୍ତା, ଏନ.ଏଚ ରୁ ଅମାରାବତୀ ରାସ୍ତା ଛତିଆ, ରାଧାଦେଇପୁର-ବିଲିକଣା ଏହିଭଳି କୋଟି କୋଟି ଟଙ୍କାର କାମ ମାତ୍ର ୮ଦିନ ଭିତରେ କିଭଳି ସମ୍ବବ ହେଲା ଏବଂ ଏସ.ଡ଼ି.ଓ ଓ ଜେଇ ମହାଶୟ କପରି ଏହାର ସମ୍ପୁର୍ଣ୍ଣ ବିଲ କଲେ ଏ ସମ୍ବନ୍ଧରେ ତଦାରଖ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ପଟ୍ଟନାୟକ ମଧ୍ୟ ପ୍ରତିଶୃତି ଦେଇଥିଲେ ଯେ ଏହାର ତଦାରଖ ନୀରପକ୍ଷ ଭାବେ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

୧ମାସ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଏ ବିଷୟରେ ଆମ ପ୍ରତିନିଧି ମୁଖ୍ୟଯନ୍ତ୍ରୀଙ୍କୁ ପଚାରିବାରୁ ସେ କୌଣସି ଦୁର୍ନତି ହୋଇନଥିବା ପ୍ରକାଶ କରିଛନ୍ତି । କିନ୍ତୁ ଚଣ୍ଡିଖୋଲ ଏସ.ଡ଼ି.ଓ କେ.ତୁଳସୀ ପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଆପଣମାନେ ଯାହା ଅଭିଯୋଗ କରିଥିଲେ ତାହା ମିଛ ନୁହେଁ ସତ୍ୟ ଅଟେ । କିନ୍ତୁ ଜାରକା ଏସ.ଡ଼ି.ଓଙ୍କୁ ଏ ବିଷୟରେ ପଚାରିବାରୁ ସେ କୁହନ୍ତି ପ୍ଲାଷ୍ଟର ଓ ରଙ୍ଗ କାମ ଥିଲା ଆମେ ଦିନେ ଦୁଇ ଦିନ ଭିତରେ ସବୁକାମ ସାରିଦେଇ ବିଲ କରିଦେଇଛୁ । ଆଉ ଟେଣ୍ଡର ପୂର୍ବରୁ ଆମେ କାମ କରିସାରିଥିଲୁ ବୋଲି ସେ ପ୍ରକାଶ କରିଥିଲେ । ତିନିବର୍ଷରୁ ଉର୍ଦ୍ଧ ଜଣେ ଅଫିସର ଗୋଟିଏ ଅଫିସ୍ରେ ନରହିବା ପାଇଁ ନିୟମ ଥିଲେ ସୁଧା ଶ୍ରୀ ପାତ୍ର ଚଣ୍ଡିଖୋଲ ସବ୍ଡ଼ିଭିଜନରେ ଦୀର୍ଘ ୭ବର୍ଷରୁ ଉର୍ଦ୍ଧ ସମୟ ରାଜନୈତିକ ନେତାଙ୍କ ହାତବାରିସ ହୋଇ ସରକାର ଅର୍ଥକୁ ଲୁଟ୍ କରିବା ଏବଂ କିଛି ଗଣମାଧ୍ୟମକୁ ଦୁବ୍ୟବହାର କରିବା ନଜର ଅଛି । ଏଠି ପ୍ରଶ୍ନ ଉଠେ କରୋନା ସମୟରେ ଲୋକେ ନିଜ ଜୀବନ ରକ୍ଷା ପାଇଁ ଘରୁ ପଦାକୁ ବାହାରୁନଥିବା ବେଳେ ଅଫିସରମାନେ ମିଥ୍ୟା ବିଲ କରି ସରକାରଙ୍କ ଅର୍ଥକୁ ହରିଲୁଟ୍ କରିବାରେ ବ୍ୟସ୍ତ । ଯଦି ଏହାର ତଦାରଖ ଖୋଦ୍ ବିଭାଗୀୟ ସେକ୍ରେଟେରୀ ଓ ଉଚ୍ଚ କର୍ତ୍ତୃପକ୍ଷ କରନ୍ତେ ତାହେଲେ ସତ୍ୟାସତ୍ୟ ପ୍ରକାଶ ପାଇବ ବୋଲି ବୁଦ୍ଧିଜୀବା ଓ ସାଧାରଣ ମତ ପ୍ରକାଶ ପାଇଛି ।

Leave A Reply