ଭୁବନେଶ୍ୱର : ଆସନ୍ତା ୧୧ ଓ ୧୩ ତାରିଖରେ ସିବିଏସଇ ବୋର୍ଡ଼ର ଦଶମ ଏବଂ ଦ୍ୱାଦଶର ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଯେଉଁ ସମ୍ବାଦ ପ୍ରକାଶ ପାଇଛି ତାହା ଭିତିହୀନ । ସେଭଳି କୌଣସି ନିଷ୍ପତି ବୋର୍ଡ଼ ପକ୍ଷରୁ ନିଆଯାଇନାହିଁ । ସୂଚନାଯୋଗ୍ୟ ଯେ, ପରୀକ୍ଷାଫଳ ନେଇ ଏକ ଖବର ସରବରାହ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିଲା । ଏହି ଭୁଲ୍ ଖବର ପାଇଁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଅନ୍ୟପକ୍ଷରେ ୧୦.୭.୨୦ରିଖ ଅପରାହ୍ନ ୩ଟାରେ ଆଇଏସସିଇ ଦଶମ ଏବଂ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ୱେବ୍ସାଇଟ୍ରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବ ।