ନିରାକାରପୁର,୮/୯: ଖୋର୍ଦ୍ଧା ନିରାକାରପୁର ଅନ୍ତର୍ଗତ ପୁରୀ-ନୂଆଜଗନ୍ନାଥ ସଡକ ଲେଣ୍ଡୋ କାଜ ନିକଟରେ ଏକ ଫର୍ଡ କାର ଦୁର୍ଘଟଣା।ନୁଆ ଜଗନ୍ନାଥ ସଡକ ରାସ୍ତା ଉପରୁ ବିଲକୁ ଖସିଲା କାର।ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ଗୋଟିଏ ପରିବାରର ୫ଜଣ ଜଣ ସଦସ୍ୟ।ଘଟଣାରୁ ଜଣାପଡିଛି କଲିକତା ର ଗୋଟିଏ ପରିଵାର ସଦସ୍ୟ ଓଡିଶା ବୁଲିବାକୁ ଆସିଥିଲେ।ଆଜି କାରରେ ୫ଜଣ ସଦସ୍ୟ ମଧ୍ୟାହ୍ନରେ ପୁରୀରୁ ନିରାକାରପୁର ଆସୁଥିବା ବେଳେ ଲେଣ୍ଡୋ କାଜ ବ୍ରିଜ ପାରହୋଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଧାନ ବିଲକୁ ଓଲଟି ପଡିଥିଲା।ଦୁର୍ଭାଗ୍ୟ ବଶତଃ କାହାର କିଛି ହୋଇନଥିଲା ବେଳେ ସମସ୍ତେ ସାମାନ୍ୟ ଆହତ ହୋଇଛନ୍ତି।ପରେ ସ୍ଥାନୀୟ ଲୋକେ ପହଞ୍ଚି କାର ମଧ୍ୟରୁ ଲୋକ ମାନଙ୍କୁ ଉଦ୍ଧାର କରି କାରଟିକୁ ରାସ୍ତା ଉପରକୁ ଉଠାଇଛନ୍ତି।
