ନିରାକାରପୁର,୬।୯: ଗତ ୧ ତାରିଖ ରାତିରେ ନିରାକରପୁର ଥାନା ଅନ୍ତର୍ଗତ ବଡ ପୋଖରିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମୀତାଂଜଳୀ ବଳିୟାରସିଂହଙ୍କର କାର୍ ରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିଲେ। ନିରାକାରପୁର ପୋଲିସ ଆଇଆଇସି ଗୀତାଞ୍ଜଳି ନାୟକ ଙ୍କ ଉଦ୍ୟମରେ ସି ସି କ୍ୟାମେରା ଯାଞ୍ଚ କରି ଆତ୍ମ ପ୍ରକାଶ ଗଜେନ୍ଦ୍ର ଓ ଜିତେନ୍ଦ୍ର ବଡ଼ଜେନା ଙ୍କୁ ଗିରଫ କରି କେସ ନ ୧୭୩/ ୨୦୨୨ ରେ କୋର୍ଟ ଚାଲାଣ କରିଛି।
