Odisha news

ଯୌତୁକ ଜନିତ ହତ୍ୟା ମାମଲା ପ୍ରମାଣ ଅଭାବରୁ ମା’ପୁଅ ନିର୍ଦୋଷ

0

ଵ୍ରହ୍ମପୁର  ୬/୯- ଅତିରିକ୍ତ ଦୌରା ଜଜ(ଏଡିଜେ)- ୨ ସଂଘମିତ୍ରା ଶର୍ମା ସୋମବାର ଘଟଣାର ୨୧ ବର୍ଷ ପରେ ଏକ ଯୌତୁକ ଜନିତ ହତ୍ୟା ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ସେ ଉକ୍ତ ମାମଲାରେ ଅଭିଯୁକ୍ତ ଥିବା ମା, ପୁଅଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଉଛନ୍ତି ବଡବ୍ଜ଼ାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର କେ. ଭୂଦେବୀ ପାତ୍ର ଓ ତାଙ୍କ ପୁଅ ତଥା ମୃତ ମହିଳାଙ୍କ ସ୍ୱାମୀ କେ. ବାଳକୃଷ୍ଣ ପାତ୍ର । ସୂଚନା ଥାଉକି ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ  ତଥା ବାଳକୃଷ୍ଣଙ୍କ ବାପା କେ. ସିତାରାମ ପାତ୍ରଙ୍କ  ବିଚାରଣା ସମୟରେ ମୃତ୍ୟୁ ଘଟିଥିଲା।

ଘଟଣାରୁ ପ୍ରକାଶ ଯେ, ୨୦୦୧ ଜୁଲାଇ ୨୫ ତାରିଖରେ କୁକୁଡ଼ାଖଣ୍ଡିର  କେ . ସୁମିତ୍ରା ପାତ୍ର ଙ୍କୁ କେ. ସିତାରମ ପାତ୍ରଙ୍କ ପୁଅ କେ. ବାଳକୃଷ୍ଣ ପାତ୍ର ବିବାହ କରିଥିଲେ। ବିବାହର ୨୫ଦିନ ପରେ ଅର୍ଥାତ ଅଗଷ୍ଟ ୨୦ ତାରିଖରେ ମହିଳାଙ୍କ ମୃତଦେହ ତାଙ୍କ ସ୍ୱାମୀଙ୍କ ଘର ଭିତରେ ଥିବା ଏକ କୂପ ଭିତରୁ ପୋଲିସ ଉଦ୍ଧାର କରିଥିଲା। ଏନେଇ ଅଭିଯୋଗ ପରେ ମହିଳା ଥାନା ପୋଲିସ ୫୪/୨୦୦୧ ରେ ପୋଲିସ ସ୍ୱାମୀ ଓ ଶାଶୁ ‘- ଶଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ଜାମିନ ପାଇଥିଲେ। ଏହି ମାମଲାର ବିଚାରଣା ବେଳେ ସିତାରମଙ୍କ ମୃତ୍ୟୁ ଘଟିଥିଲା। ସୋମବାର ଏହି ମାମଲାର ବିଚାରଣା ବେଳେ କୋର୍ଟରେ ଅଭିଯୁକ୍ତ ମା’ପୁଅ  ହାଜର ହୋଇଥିଲେ। ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଉପଯୁକ୍ତ ପ୍ରମାଣ ମିଳିନଥିବାରୁ ଏଡିଜେ -୨ ଉକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଜ୍ଞାନ ଜେନା ଓ ମୁଦୁଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏସ. ରାମକୁମାର ମକଦ୍ଦମା ପରିଚାଳନା କରିଥିଲେ।

Nalco
Leave A Reply