Odisha news

ଏହିସବୁ ଛୋଟ ଛୋଟ ଲକ୍ଷଣ ହୋଇପାରେ ସ୍ତନ କର୍କଟ ର କାରଣ , ତୁରନ୍ତ କରାନ୍ତୁ ଯାଞ୍ଚ

ସ୍ତନ ରେ ଗେଟା ଦେଖାଯିବା ସ୍ତନ କର୍କଟ ରୋଗର ଗୋଟିଏ ବିଶେଷ ଲକ୍ଷଣ । ବେଳେବେଳେ ଏହି ଗେଟା ମଧ୍ୟ ସ୍ତନରେ ଦେଖା ନଯାଇ ମଧ୍ୟ ସ୍ତନ କର୍କଟ ରୋଗ ଦେଖା ଯାଇଥାଏ । ତେଣୁ ସେହି ଲକ୍ଷଣ ଗୁଡ଼ିକୁ ଜାଣିବା ଆମ ପାଇଁ ପ୍ରଥମେ ଜରୁରୀ ।

* ସ୍ତନର ସ୍କିନ ସ୍ତ୍ରକ୍ଚର୍ ରେ ପରିବର୍ତ୍ତନ –
ସ୍ତନ କର୍କଟ ରୋଗରେ ପୀଡିତ ହେବା ଦ୍ବାରା ଏହା ବେଳେବେଳେ ସ୍ତନ ର ଚର୍ମରୁ ମଧ୍ୟ ଜାଣି ହୋଇଥାଏ । ଏହା କର୍କଟ କୋସିକା ର ବିକାଶ କାରଣରୁ ହୋଇଥାଏ । ଏହାଦ୍ବାରା ସ୍ତନ ର ନିପୂଲ୍ ଓ ଚର୍ମରେ ଖୋଳପା ଛାଡ଼ିଲା ଭଳି ଦେଖା ଯାଇଥାଏ । ଏମିତିକି ସ୍ତନ୍ ରେ ଏଗଜୀମା ମଧ୍ୟ ଗୋଟିଏ ଦୁର୍ଲଭ ପ୍ରକାରର ସ୍ତନ କର୍କଟ ରୋଗର ଲକ୍ଷଣ ।

* ନିପଲ୍ ଡିଶ୍ଚର୍ଜ୍ – ସାଧାରଣ ଭାବରେ ଦେଖିବାକୁ ମିଳୁଥିବା ହଳଦିଆ କିମ୍ବା ନାଲି ରଙ୍ଗର ଲିକୁଇଡ ନୀପଲ୍ ରୁ କ୍ଷରଣ ହେବାକୁ ଲାଗିଥାଏ । ଆହୁରି ମଧ୍ୟ ଯଦି ଆପଣ ଙ୍କ ଶିଶୁ ସ୍ତନ ପାନ କରୁନାହିଁ ତଥାପି ନିପଲ୍ ରୁ କ୍ଷରଣ ହେଉଛି ତେବେ ଏହା ଅନ୍ୟ ସଂକେତ ହୋଇପାରେ , ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

* ନିପଲ୍ ରେ ଯନ୍ତ୍ରଣା – ଏମିତିରେ ବ୍ରେଷ୍ଟ କ୍ୟାନ୍ସର ଯନ୍ତ୍ରଣା ନିବାରକ ହୋଇଥାଏ । କିନ୍ତୁ ଗବେଷକ ମାନଙ୍କ ମତରେ ବେଳେବେଳେ ଏହା ନିପଲ୍ ରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେଣୁ ଏହାକୁ ଅଣଦେଖା ନକରି ଚିକିତ୍ସକ ଙ୍କ ପରାମର୍ଶ କରିବା ଉଚିତ୍ ।

* କୋଷିକାରେ ପରିବର୍ତ୍ତନ – ସ୍ତନ କର୍କଟ ରୋଗ ଦ୍ଵାରା ନିପଲ୍ ରେ କୋଷିକର ପରିବର୍ତ୍ତନ ହୋଇ ନିପଲ୍ ସ୍ଥାନ ବଦଳିବାର ସଂକେତ ମଧ୍ୟ ସ୍ତନ କର୍କଟ ରୋଗ ର ଲକ୍ଷଣ ହୋଇପାରେ । ସ୍ତନ କର୍କଟ ରୋଗ ମାସିକ ଧର୍ମ ଉପରେ ମଧ୍ୟ କିଛି ମାତ୍ରାରେ ପ୍ରଭାବ ପକାଇ ଥାଏ ।

Comments are closed.