Odisha news

ବ୍ୟାସନଗର : ପୂଜ୍ୟ ପୂଜାକୁ ଭୁଲିଗଲା ପୈାର ପ୍ରଶାସନ; ଅଲୋଡା ହେଲେ ବ୍ୟାସଦେବ; ଫୁଲମାଳଟିଏ ପଡ଼ିଲାନି

0

ବ୍ୟାସନଗର : ବର୍ଷ ବର୍ଷର ଦାବି ପରେ ଯାଜପୁର ରୋଡ଼ର ନାମ ପରିବର୍ତନ ହୋଇ ବ୍ୟାସନଗର ହେଲା । ବ୍ୟାସଦେବଙ୍କ ନାମରେ ଯାଜପୁର ରୋଡ଼ର ନାମ ବ୍ୟାସନଗର ହେବା ସହ ଯାଜପୁର ରୋଡ଼ ତହସିଲର ନାମ ପରିବର୍ତନ ହୋଇ ବ୍ୟାସନଗର ହେଲା । କିନ୍ତୁ ଯାହାଙ୍କ ନାମରେ ବ୍ୟାସନଗର ପରିଚିତ, ତାଙ୍କର ପବିତ୍ର ଜନ୍ମ ଦିନରେ ପୈାର ପ୍ରଶାସନ ଫୁଲ ମାଳଟିଏ ପକାଇବାକୁ ଭୁଲିଗଲ । ଆଜି ମହର୍ଷି ବ୍ୟାସଦେବଙ୍କ ଜନ୍ମ ତିଥିର କଥା ଯାହା ସାରା ଦେଶ ରବିବାର ପାଳନ କରିଛି । ଯେତେ ବେଳେ ଏହି ପବିତ୍ର ଦିନଟିକୁ ଗୁରୁ ପୂର୍ଣ୍ଣିମା ଭାବରେ ସମସ୍ତେ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି; ସେତେ ବେଳେ ବ୍ୟାସନଗର ପୌରପରିଷଦର ଏଭଳି ନିରତା ମନରେ ଅନେକ ପ୍ରଶ୍ନ ସୃଷ୍ଠି କରୁଛି । ଏଠାରେ ସ୍ମରଣଯୋଗ୍ୟ ଏକଦା ଯାଜପୁର ଜିଲାର ଏହି ଅନ୍ୟତମ ସହର ଯାଜପୁର ରୋଡରୁ ମହର୍ଷି ବ୍ୟାସଦେବଙ୍କ ନାମରେ ପରିବର୍ତନ ପାଇଁ ଦଳ ମତ ର୍ନିବିଶେଷରେ ଦାବି କରା ଯାଇଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଏହି ସହରର ନାମ ଯାଜପୁର ରୋଡରୁ ବ୍ୟାସନଗରେ ପରିବର୍ତ୍ତନ କରାଯାଇଥିଲା । ଏହି ପରିବର୍ତ୍ତନ ସେତେ ବେଳେ ଏଅଞ୍ଚଳର ଅନେକ ଜ୍ଞାନୀ ଗୁଣି ସଂସ୍କୃତି ଆଉ ଐତିହ୍ୟପ୍ରେମୀ ମାନଙ୍କୁ ଖୁବ୍ ଆତ୍ମସନ୍ତୋଷ ଆଣି ଦେଇଥିଲା । କିନ୍ତୁ ପରିତାପର ବିଷୟ ଆଜିପରି ପବିତ୍ର ଦିନରେ ନାଁ ପୌର ପ୍ରଶାସନ ନା ରାଜନେତା କାହାରି ନଜରରେ ବ୍ୟାସଦେବଙ୍କ କଥା ଆସିଲା ନାହିଁ ।

କରୋନା ଆଳରେ ସମସ୍ତେ ଏହି କୃତଜ୍ଞତାର ପର୍ବରୁ ନିଜକୁ ଦୁରେଇ ରଖିଛନ୍ତି । ପ୍ରଶ୍ନ ଉଠୁଛି ଯଦି କୌଣସି ଦଳୀୟ ନେତୃôବ ବା ପ୍ରତିଷ୍ଠାତାଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ବେଳେ ସମସ୍ତେ ନିଜ ନିଜର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ପାଳନ କରି ପାରୁଛନ୍ତି ତାହେଲେ ମହର୍ଷି ବ୍ୟାସଦେବଙ୍କୁ ବେଳକୁ ଏଭଳି ଅସମ୍ଭବ ନିରବତା କାହିଁକି? ସୂଚନାଯୋଗ୍ୟ ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ସମେତ ପୌର ପରିଷଦର କାର୍ଯ୍ୟାଳୟ ଓ ବ୍ୟାସନଗର ମହାବିଦ୍ୟାଳୟ ପରିସରରେ ବ୍ୟାସଦେବଙ୍କ ମୂର୍ତ୍ତି ଶୋଭା ପାଉଛି । କିନ୍ତୁ ଦୁଃଖର ବିଷୟ କେବଳ ବ୍ୟାସନଗର ମହାବିଦ୍ୟାଳୟକୁ ଛାଡିଦେଲେ ଅନ୍ୟ ଦୁଇଟି ସ୍ଥାନରେ ସର୍ବନିମ୍ନ ସୌଜନ୍ୟତା ଆଜି ଦେଖିବାକୁ ମିଳିନଥିଲାୟ । କଥା କଥାକେ ବ୍ୟାସନଗର ସହରକୁ ଅଣଦେଖା କରା ଯାଉଥିବାର କଥା ଅଭିଯୋଗ କରି ଆସୁଥିବା ରାଜନୈତିକ ନେତୃôବ ବା ତଥାକଥିତ ବୁଦ୍ଧିଜୀବୀ ମାନଙ୍କ ମନରେ କିପରିଏକଥା ଆସିଲା ନାହିଁ ତାହା ସବୁଠାରୁ ଚିନ୍ତାର ବିଷୟୟ ଗୁରୁଶିଷ୍ୟ ପବିତ୍ର ପରମ୍ପରାର ପ୍ରତୀକସ୍ୱରୂପ ଆଜିର ଦିନଟିକୁ ସାରା ଦେଶପାଳନ କରୁଥିବା ବେଳେ କରୋନା ଅ ।ଳରେ ପ୍ରଶାସନର ଏଭଳି ନିରବତା ପୂଜ୍ୟପୂଜାର ଅବମାନନା କରୁଥିବା କଥା ସ୍ପଷ୍ଠ ହୋଇ ଯାଇଛିୟ ବୋଧହୁଏ ସାରା ରାଜ୍ୟରେ ବ୍ୟାସଦେବଙ୍କ ନାମରେ ଗଡି ଉଠିଥିବା ଏକମାତ୍ର ସହର ହେଉଛି ବ୍ୟାସନଗର ଅଥଚ ତାଙ୍କ ଜନ୍ମତିଥିରେ ପ୍ରଶାସନର ଏଭଳି ନିରବତା ସମସ୍ତଙ୍କୁ ଗଭୀର ଆଘାତ ଦେଇଛି ।

Leave A Reply

Your email address will not be published.