Odisha news

କୁମ୍ଭୀର ଭୟରେ ନଈ ତୁଠକୁ ଯାଉ ନାହାନ୍ତି ୨୦ ଗ୍ରାମବାସିନ୍ଦା

0

କେନ୍ଦ୍ରାପଡା : ଗୋବରୀ ନଦୀରେ କୁମ୍ଭୀର ଭାସୁଥିବା ଯୋଗୁଁ ନିକତବର୍ତୀ ୨୦ ଗ୍ରାମବାସିନ୍ଦା ନଦୀକୁ ଯିବାକୁ ଭୟ କରୁଛନ୍ତି । କେନ୍ଦ୍ରାପଡା ବ୍ଲକର କଂସାର, ଆୟବା, ପୁରୁଷୋତମପୁର, ଓସ୍ତପୁର, କପାଳେଶ୍ୱର ପ୍ରଭୃତି ପଂଚାୟତର ଗୋବରୀ ନଈକୂଳିଆ ଗ୍ରାମର ଲୋକମାନେ ନଦୀକୁ ଯିବାକୁ ଭୟ କରୁଛନ୍ତି । ଗତ ୩୦ ତାରିଖରୁ ଗୋବରୀ ନଦୀରେ କୁମ୍ଭୀର ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହା ପ୍ରଚାର ହେବା ପରେ ଶହ ଶହ ଲୋକେ ନଦୀର ବିଭିନ୍ନ ଅଂଚବଳରେ କୁମ୍ଭୀର ଦୈନିକ ଭାସୁଥିବାର ଠାବ କରୁଛନ୍ତି ।

ଗୋବରୀ ନଦୀ ଉପରେ ନିର୍ଭର କରୁଥିବା ଏହି ଗ୍ରାମବାସୀ ମାନଙ୍କ ଦୈନଦିନ ଜୀବନ ଯାତ୍ରା କୁମ୍ଭୀର ଆତଙ୍କରେ ବାଧା ପାଇଛି । ଏପରିକି ଗାଧୋଇବା ଠାରୁ ନିତ୍ୟ ନୈମିତିକ କର୍ମ ପାଇଁ ଗୋବରୀ ନଦୀକୁ ଆଶ୍ରୟ କରିଥିବା ଏହି ଲୋକମାନଙ୍କ ସମସ୍ୟା ବଢି ଯାଇଥିବା ବେଳେ ପିଲାମାନେ ମଧ୍ୟ ନଦୀରେ ଗାଧୋଇବାକୁ ଯାଇ ପାରୁ ନାହାନ୍ତି । ଏନେଇ କଂସାର ପଂଚାୟତର ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା କୁମ୍ଭୀରକୁ ଆୟତ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଓ ବନ ବିଭାଗ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ତୁରନ୍ତ ଏହି କୁମ୍ଭୀରକୁ ଆୟତ କରା ନଗଲେ ସ୍ଥାନୀୟ ଅଂଚଳର ଜୀବନ ଓ ପଶୁ ସଂପଦ ଉପରେ ବିପଦର ଆଶଙ୍କା ରହିଛି ।

Nalco

Leave A Reply