Odisha news

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୋଟିଏ ଦିନ ପାଇଁ ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ

0

ଗଜପତି : ଗଜପତି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଗୋଟିଏ ଦିନ ପାଇଁ ବନ୍ଦ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଜିଲ୍ଲାରେ  ସଂକ୍ରମିତ ୧୭ କରୋନା ଯୋଦ୍ଧା ମଧ୍ୟରୁ ଅଧିକାଂଶ ଏଠାର ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ ଏବଂ କର୍ମଚାରୀ ହୋଇଥିବାରୁ, ସଂକ୍ରମଣ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି। ଏବଂ ଏହି ସମୟରେ ଜରୁରୀ ସ୍ବାସ୍ଥ୍ୟ ସେବା ଛଡ଼ା ଅନ୍ୟ ସମସ୍ତ ସେବା ବନ୍ଦ କରାଯାଇଛି। ତେବେ ବନ୍ଦ ଥିବା ବେଳେ ଚିକିତ୍ସାଳୟର ସମସ୍ତ ସ୍ଥାନ ବିଶୋଧନ କରାଯିବ ବୋଲି ସୂଚନା।

Leave A Reply