Odisha news

ଖୋର୍ଦ୍ଧା : ୧୦କରୋନା ପଜିଟିଭ୍ ଚିହ୍ନଟ ; ପରୀକ୍ଷା ପାଇଁ ଗଲା ୨୦୫ ସ୍ୱାବ , ଗୋଡିପୋଖରୀ ଅଂଚଳ ୨୪ ଘଂଟା ପାଇଁ କଂଟେନମେଂଟ ଜୋନ୍

0

ଖୋର୍ଦ୍ଧା : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ଦିନ ୧୦କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ପୌରାଂଚଳରୁ ଜଣେ, ୪ଜଣ ଲେଖାଏଁ ବୋଲଗଡ ଓ ମେଣ୍ଢାଶାଳ ରୁ ଏବଂ ବାଳକାଟି ରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଆଜି ଜିଲ୍ଲାରୁ ୨୦୫ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଛି । ସେଥିମଧ୍ୟରୁ ଖୋର୍ଦ୍ଧା ୪୩, ଟାଙ୍ଗି ୧୭, ବାଲୁଗାଁ ୧୭, ବାଣପୁର ୨୮, ବେଗୁନିଆ ୪୮, ବୋଲଗଡ ୧୪, ବାଳକାଟି ରୁ ୨୧ ଓ ବାଲିପାଟଣା ରୁ ୧୭ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିବା ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି ।

ତେବେ ଖୋର୍ଦ୍ଧା ପୌରାଂଚଳ ଅନ୍ତର୍ଗତ ଗୋଡିପୋଖରୀ ଅଂଚଳର ଜଣେ ୩୭ବର୍ଷ ପୁରୁଷ ପଜିଟିଭ୍ ଚିହ୍ନଟ ହେବାପରେ ଗୋଡିପୋଖରୀ ଅଂଚଳକୁ ରବିବାର ସକାଳ ୭ଟାରୁ ୨୪ଘଂଟା ପାଇଁ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ କଂଟେନମେଂଟ ଜୋନ୍ ଘୋଷଣା କରିଛନ୍ତି । ଏହି ଅଂଚଳ ମଧ୍ୟରୁ କୌଣସି ବ୍ୟକ୍ତି ବିନା କାରଣରେ ଘରୁ ବାହାରକୁ ବାହାରିବେ ନାହିଁ । କୌଣସି ବାହାର ବ୍ୟକ୍ତି ଏହି ଅଂଚଳରେ ପ୍ରବେଶ କରିବେ ନାହିଁ । ଏହି ଅଂଚଳରେ ମଧ୍ୟରେ ରହିଥିବା ସମସ୍ତ ଦୋକାନ ବନ୍ଦ ରହିବ । ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରାଯାଇଛି । ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଂଚଳକୁ ସାନିଟାଇଜ କରାଯାଇଛି ।

Leave A Reply

Your email address will not be published.