Odisha news

ବାଇକ ଚୋରଙ୍କୁ କାବୁକଲା ପୋଲିସ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସିଟି ଡ଼ିଏସପି 

0
 ଲାଇନ ରେ ଛିଡ଼ାହୋଇଛି ନାନାଦି କମ୍ପାନୀର ନାମିଦାମି ବାଇକ |କିନ୍ତୁ ଆପଣ ଭାବୁଥିବେ ଏ କେଉଁ ମୋହତ୍ସବ ର ମୋଟର ସାଇକେଲ ଷ୍ଟାଣ୍ଡ ବୋଲି କିନ୍ତୁ ଏ କେଉଁ ବାଇକ ଷ୍ଟାଣ୍ଡ ନୁହଁ ଏହା ହେଉଛି ଥାନାରେ ଛୀଡା ହୋଇଥିବା ଚୋରି ବାଇକ |
ଚୋର ଏହି ସବୁ ବାଇକ କୁ ଚୋରି କରୁଥିଲା ଓ ପରେ ନମ୍ବର ପ୍ଲେଟ କୁ କାଢି ନିଜ ଚୋର ବୁଦ୍ଧିକୁ ଆପଣେଇ ବାହାର ରାଜ୍ୟକୁ ଚାଲାଣ କରିବାକୁ ଉଦ୍ୟମ କରୂଥିଲେ କିନ୍ତୁ ଶେଷରେ ପୋଲିସ ର ଜାଲରେ ଫସିଛି ଜଣେ ବାଇକ ଚୋର |
ସୂଚନା ମୁତାବକ ଗତ 31 ଅଗଷ୍ଟ  ରେ ଭଦ୍ରକ ମୁଖ୍ୟ ଚିକିତ୍ସା ଲୟରେ ରମେଶ ବେହେରା ନାମକ ବ୍ୟକ୍ତି ବାଇକ ଚୋରି ହେବାର ଭଦ୍ରକ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଏବଂ ସେହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ସ୍ୱତନ୍ତ୍ର ଟିମ ସହ ତଦନ୍ତ ବେଳେ ରାହାଞ୍ଜ ଅଂଚଳର ଏସ କେ ମେହଫୁଜ କୁ ଗିରଫ କରି ବିଭିନ୍ନ ଅଂଚଳରୁ 18 ଗୋଟି ଚୋରି ବାଇକ କୁ ଜବତ କରିଥିଲା |ଏହି ମାମଲାର ତଦନ୍ତ ବେଳେ ପୋଲିସ  ଜଣେ ବାଇକ ଚୋରକୁ ଧରିବାରେ ସକ୍ଷମ ହୋଇଥିଲା ତେବେ ଅଧିକ ତଦନ୍ତ ପରେ ବିଭିନ୍ନ ସ୍ଥାନରୁ 18 ଟି ଚୋରି ବାଇକ ଠାବ କରିବାରେ ସକ୍ଷମ ହୋଇଥିଲା ପୋଲିସ |ଯେଉଁଥିରେ 3  ଟି ହିରୋ ସ୍ପ୍ଲେଡ଼ର ପ୍ଲସ, ହୋଣ୍ଡା ସାଇନ 4  ଟି, ହିରୋ ସୁପର ସ୍ପ୍ଲେଡ଼ର ୧ ଟି, ଟିଭିଏସ ରାଣ୍ଡମ ୨ ଟି, ହୋଣ୍ଡା ଡ୍ରିମ ଲିଭୋ ୧ ଟି, ହିରୋ ଏଚ ଏଫ ଡୀଲକ୍ସ 4  ଟି, ହିରୋ ଏଚ ଏଫ ଡ଼ନ ୧ ଟି, ହିରୋ ପ୍ଲେଜର 1 ଟି, ହିରୋ ଆଇ ସ୍ମାର୍ଟ 1 ଟି ଓ ହିରୋ ପାଶନ ପ୍ରୋ ୧ ଟି ରହିଛି |ବାଇକ ଚୋରୀରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ କରାଯିବାନେଇ ଆଜି ଭଦ୍ରକ ସହରାଞ୍ଚଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ସିଟି ଡ଼ିଏସପି ଅଂଶୁମାନ ଦି୍ୱେଦି |
Nalco
Leave A Reply