Odisha news

କନ୍ଧମାଳ-ବୌଦ୍ଧ ଜିଲ୍ଲା ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ମାଓ ବିରୋଧୀ ପୋଷ୍ଟର 

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ତୁମୁଡିବନ୍ଧ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଲାଗିଲା ମାଓ ବିରୋଧୀ ପୋଷ୍ଟର l କନ୍ଧମାଳ-ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଏକାଧିକ ପୋଷ୍ଟର ଜାରୀ ହୋଇଥିବା ପୋଷ୍ଟର ରେ ଉଲ୍ଲେଖ ରହିଛି l ବାଲିଗୁଡା ଥାନା ରେବିଙ୍ଗିଆ, ବାରଖମା, ବାଟାଗୁଡା, ମିଡିଆକିଆ, କାମ୍ବେରିକିଆ ସମେତ ତୁମୁଡିବନ୍ଧ ଥାନା କୁର୍ତମଗଡ଼ ଅଂଚଳ ର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି l ବହୁ ବର୍ଷ ହେବ ମାଓବାଦୀ ଆମ ଅଞ୍ଚଳକୁ ଆସି ଆମ ସମସ୍ୟା ର ସମାଧାନ କରିଦେବେ କହି ସରଳତା ର ସୁଯୋଗ ନେଇ ଆମ କୁ କବ୍ଜା କରିନେଲେ l ଏଥିସହ ଗୁଳି ବନ୍ଧୁକ ର ଭୟ ଦେଖାଇ ଅତ୍ୟାଚାର ଆରମ୍ଭ କରିବା ସହ ନିଜ ସ୍ୱାର୍ଥ ହାସଲ ପାଇଁ କାଠ ମାଫିଆ, ଗଂଜେଇ ଓ ଠିକାଦାର ପାଖରୁ କୋଟି କୋଟି ଟଙ୍କା ଆଦାୟ କରି ଅୟସ କରୁଥିବା ପୋଷ୍ଟର ରେ ଉଲ୍ଲେଖ କରିଛି କନ୍ଧମାଳ-ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ l ଛତିଶଗଡ ର ବସ୍ତର ଜିଲ୍ଲା ର ନିରୀହ ଛାତ୍ର କୁ ପୋଲିସ ଇନ ଫର୍ମର ସନ୍ଦେହ ରେ ହତ୍ୟା ଘଟଣା କୁ ନିନ୍ଦା କରିଛି କନ୍ଧମାଳ ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ l ଏଥିସହ ନିଜ ଦଳର ମହିଳା ମାଓବାଦୀ ଙ୍କୁ ଯୌନ ନିର୍ଯାତନା ଦେବା ସହ ରାସ୍ତା ଘାଟରେ ଲ୍ୟାଣ୍ଡ ମାଇନ ବିଛାଇ ନିରୀହ ଜନତା ଓ ଗାଈ ଗୋରୁଙ୍କୁ ମାରୁଥିବା ପୋଷ୍ଟର ଜରିଆରେ ଉଲ୍ଲେଖ ରହିଛି l ତେଣୁ ଏପରି ସ୍ୱାର୍ଥପର,ଅମଣିଷ ଙ୍କୁ ସାହାର୍ଯ୍ୟ ନ କରି ଦୁରେଇ ରହିବା ସହ ନିଜ ଗ୍ରାମ ରେ ସେମାନଙ୍କୁ ପୁରେଇ ନ ଦେବା ପାଇଁ ଶପଥ ନେବାକୁ ନିବେଦନ କରିଛି କନ୍ଧମାଳ ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ l
IEC 2 years
Leave A Reply