କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ । ବସରେ ବହୁତ ଯାତ୍ରୀ ଥିଲେ । ହେଲେ ହଠାତ କଣ ହେଲା କେଜାଣୀ ବସ ପୋଲ ଭାଙ୍ଗି ନଦୀ ଆଡକୁ ମାଡି ଯାଇଥିଲା । କେହି କିଛି ଜାଣିବା ଆଗରୁ ହଠାତ ଗାଡିଟି ପୋଲର ବ୍ୟାରିକେଡ ଭାଙ୍ଗି ପଶିଯାଇଥିଲା । ପ୍ରାୟ ୨୫ ପ୍ରତିଶତ ବସ ପୋଲ ଭାଙ୍ଗି ମାଡିଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ବସଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା । ବସ ଡ୍ରାଇଭରର କଂଟ୍ରୋଲରେ ବସ ନଥିଲା । ସେଥିପାଇଁ ଡ୍ରାଇଭର କିଛି ଉପାୟ ନପାଇ ଗାଡିର ଷ୍ଟେରିଂ ବୁଲାଇ ଦେଇଥିଲା । ବସ ଯାତ୍ରୀଙ୍କ କହିବାନୁସାରେ ବସ ଠିକ ଠାକ ଚାଲିଥିଲା । ହେଲେ କିଛି ଗୋଟିଏ ସାଉଣ୍ଡ ହୋଇଥିଲା । ଆଉ ପରେ ଦେଖିଲା ବେଳକୁ ନଦୀ ପୋଲର ବ୍ୟାରିକେଡ ଭାଙ୍ଗି ମାଡି ଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ପ୍ରକାର ଯାନ୍ତ୍ରିକ ତ୍ରୁଟି ପାଇଁ ଏଭଳି ଘଟିଲା । ବସର ସ୍ପିଡ ଅଧିକ ଥିବାରୁ ଯାନ୍ତ୍ରିକ ତ୍ରୁଟି ଥିଲା ନା ଆଉ କିଛି । ସୂଚନା ଅନୁସାରେ ଯଦି ଇଂଜିନ ହଠାତ ସିଜ ହୋଇଯାଏ ତେବେ ବସ ଡ୍ରାଇଭରର କଂଟ୍ରୋଲ ବାହାରକୁ ଗାଡି ପଳାଇଥାଏ । ଯଦି ଏହା ହୋଇଥିବ ତେବେ ଡ୍ରାଇଭର ବଡ ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ନିଷ୍ପତି ନେଇଥିବା ଅନୁମାନ କରାଯାଉଛି । ସେପଟେ ବସକୁ ଉଦ୍ଧାର କରାଯିବା ପରେ ପୋଲିସ ତଦନ୍ତ ଜାରି ରଖିଛି । କାହିଁକି ଏତେବଡ ଦୁର୍ଘଟଣା ହେଲା । କେବଳ ବସର ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଲା ନା ଏହା ପଛରେ ଆଉ କିଛି କାରଣ ଅଛି ।