ପୂର୍ବରୁସବୁକେନ୍ଦ୍ରୀୟଯୋଜନାଗୁଡ଼ିକୁକାର୍ଯ୍ୟକାରୀକରିବାରେକେନ୍ଦ୍ରସରକାରଓଡିଶାକୁଭୂୟସୀ ପ୍ରଶଂସାକରିଛନ୍ତି
ମୁଣ୍ଡଉପରେ ନିର୍ବାଚନ ଥିବାରୁବିନା ପ୍ରମାଣରେଏଭଳିମିଛ ଅଭିଯୋଗ ନ ଆଣନ୍ତୁ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ୦୩/୧୦/୨୦୨୩:ବିଭିନ୍ନକେନ୍ଦ୍ରୀୟଯୋଜନାରେଓଡିଶାରେ ଦୁର୍ନୀତିହେଉଥିବାନେଇକେନ୍ଦ୍ରକ୍ରୀଡ଼ା, ଯୁବବ୍ୟାପାରଏବଂସୂଚନା ପ୍ରସାରଣବିଭାଗରମନ୍ତ୍ରୀ ଅନୁରାଗ ଠାକୁର ଦେଇଥିବାମନ୍ତବ୍ୟସଂପୂର୍ଣ୍ଣ ଅମୂଳକ ଏବଂକପୋଳକଳ୍ପିତବୋଲିବିଜେଡି ଅଭିଯୋଗ କରିଛି ।
ଏ ସମ୍ପର୍କରେଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡିରବରିଷ୍ଠଉପସଭାପତି ଦେବୀପ୍ରସାଦ ମିଶ୍ରକହିଛନ୍ତି ଯେ ଓଡ଼ିଶାସରକାରଙ୍କବିରୋଧରେକହିବାକୁବିଜେପି ପାଖରେକୌଣସି ପ୍ରସଙ୍ଗ ନାହିଁ ।ଏକଥା କେନ୍ଦ୍ରମନ୍ତ୍ରୀଶ୍ରୀଠାକୁର ଭଲ ଭାବେଜାଣିଛନ୍ତି । କାରଣ ପୂର୍ବରୁସବୁକେନ୍ଦ୍ରୀୟଯୋଜନାଗୁଡ଼ିକୁକାର୍ଯ୍ୟକାରୀକରିବାରେକେନ୍ଦ୍ରସରକାରଓଡିଶାସରକାରକୁଭୂୟସୀ ପ୍ରଶଂସାକରି ପ୍ରମାଣପତ୍ର ଦେଇଛନ୍ତି ।ଯେହେତୁକେନ୍ଦ୍ରମନ୍ତ୍ରୀଓଡିଶାଗସ୍ତରେ ଆସିଛନ୍ତି, ତାଙ୍କମୁହଁରେରାଜ୍ୟସରକାରବିରୋଧରେକିଛିକୁହାଇବାଲାଗିଓଡ଼ିଶାବିଜେପିତାଙ୍କଉପରେଚାପ ପକାଇଛି । ଆଉ ସତ କଣ ଜାଣିଥିଲେବିଚାପରେ ପଡ଼ିଶ୍ରୀଠାକୁରଏଭଳିମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ କରିଛନ୍ତି ।
ଶ୍ରୀମିଶ୍ର ଆହୁରି କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଆସି କେବଳ ଅଭିଯୋଗ କରିଦେଲେହେବ ନାହିଁ ।କେଉଁଠି ଦୁର୍ନୀତିହୋଉଛିତାର ପ୍ରମାଣ ଦିଅନ୍ତୁକେନ୍ଦ୍ରମନ୍ତ୍ରୀ ।ମୁଣ୍ଡଉପରେ ନିର୍ବାଚନ ଥିବାରୁ ଅଯଥାରେ ଆସି ଏଭଳିମନଗଢ଼ା ଅଭିଯୋଗ କରନ୍ତୁ ନାହିଁ ।