Odisha news

ଭାରସାମ୍ୟ ହାରାଇ ଓଲଟିଲା ବସ ଅଳ୍ପକେ ବର୍ତିଲେ ଯାତ୍ରୀ

0

ଫୁଲବାଣୀ(Santosh Mishra) :  କନ୍ଧମାଳ ଜିଲା ଚକାପାଦ ବ୍ଳକ ଓ ଟିକାବାଲି ଥାନା ଅନ୍ତର୍ଗତ ବପଲମେଣ୍ଡି ଗ୍ରାମର ପାନାବାଡ଼ି ବୁଲାଣି ଠାରେ ଆଜି ଏକ ଘରୋଇ ବସ୍ ଦୁର୍ଘଟଣା ଗସ୍ତ କରିଛି । ତେବେ ଯାତ୍ରୀ ବାହି ବସ୍ରେ କମ ସଂଖ୍ୟକ ଯାତ୍ରୀ ଥିବା ଯୋଗୁଁ କାହାର ମୃତୁ୍ୟ ହୋଇନଥିବା ଜଣାପଡିଛି ।
ସୂଚନା ଅନୁସାରେ , ଆଜି ଭୋର ପ୍ରାୟ ୪.୩୦ରେ ଏକ ଘରୋଇ ବସ ନମ୍ବର ଓ.ଡ଼ି-୦୨ବିସି-୯୭୧୧ ଗାଡ଼ିଟି ଭୁବନେଶ୍ୱର ଠାରୁ ମଣାସରୁ ପର୍ଯ୍ୟନ୍ତ ଯାଉଥିବା ବେଳେ ଉକ୍ତ ବୁଲାଣିରେ କୌଣସି କାରଣ ଯୋଗୁଁ ଦୁର୍ଘଟଣା ଗସ୍ତ ହୋଇପଡିଥିଲା । ଦୁର୍ଘଟଣା ଯୋଗୁଁ ଗାଡ଼ିଟି ସଂପୂର୍ଣର୍ଭାବେ ଓଲଟି ପଡିଥିଲା । ଖବର ପାଇ ଘଟଣା ସ୍ଥଳରେ ଲାଇନପଡ଼ା ଫାଣ୍ଡି ଅଧିକାରୀ ଓ ଅନ୍ୟମାନେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଇଛନ୍ତି । ଖଜୁରିପଡା ଥାନା ପୋଲିସ ଏହି ସଂକ୍ରନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

 

Leave A Reply