Odisha news

ଦୁଇଦିନରେ କନ୍ଧମାଳରେ ୨ ଜଣ ଲେଖାଏଁ ନୁଆ କୋଭିଡ ସଂକ୍ରମିତ ଚିହ୍ନଟ : ଜିଲ୍ଲାରେ ମୋଟ ସଂକ୍ରମିତ ୫,୯୧୩ ଏବଂ ଚିକିସôାଧିନ ୬ ଜଣ

0

ଫୁଲବାଣୀ(Santosh Mishra) :, କନ୍ଧମାଳ ଜିଲ୍ଲାରେ ୨ ଦିନ ଧରି ଦୁଇ ଜଣ ଲେଖାଏଁ ନୁଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଗତ ୨ ତାରିଖ ପରଠାରୁ ଜିଲ୍ଲାରେ ନୁଆ ସଂକ୍ରମିତଙ୍କ ସଂଖ୍ୟା ୧ ଏବଂ ଶୁନ ରହିଥିବା ବେଳେ ରବିବାର ଏବଂ ସୋମବାର ଦିନ ଜିଲ୍ଲାରେ ୨ଜଣ ଲେଖାଏଁ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ମାନଙ୍କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫,୯୧୩ ହୋଇଛି ।

ସେଥି ମଧ୍ୟରୁ ୫,୮୭୪ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମଣରେ ଜିଲ୍ଲାର ୩୩ ଜଣଙ୍କର ମୃତୁ୍ୟ ହୋଇଛି । ଆଉ ୬ଜଣ ସଂକ୍ରମିତ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ରବିବାର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳର ଜଣେ ୨୩ ବର୍ଷିୟା ମହିଲା ଏବଂ ଘୁ.ଉଦୟଗିରି ଅଂଚଳର ଜଣେ ୪୭ ବର୍ଷୀୟ ପୁରୁଷ ରହିଥିବା ବେଳେ ସୋମବାର ଫୁଲବାଣୀର ଜଣେ ୩୮ ବର୍ଷୀୟ ପୁରୁଷ ଏବଂ ଘୁ.ଉଦୟଗିରିର ଜଣେ ୧୬ ବର୍ଷୀୟା ମହିଳା ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

Nalco
Leave A Reply