Odisha news

ବୁଗୁଡା ବ୍ଲକ ଓ ଏନଏସି ବିଜେଡି କର୍ମକର୍ତ୍ତା ନିର୍ବାଚନ, ମଦନ ବାବୁ ସପ୍ତମ ଥର ସଭାପତି

0
ବୁଗୁଡା :ବୁଗୁଡା ବ୍ଲକ ଓ ବୁଗୁଡା ଏନଏସି ପାଇଁ ବିଜୁ ଜନତା ଦଳର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ କାନସୁକା ଶିବ ମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ବ୍ଲକ ଓ ଏନଏସି  ବିଜେଡି କର୍ମୀଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଏହି ବୈଠକରେ ବୁଗୁଡା ବ୍ଲକ ଓ ଏନଏସି ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ବ୍ଲକ ସଭାପତି ଭାବେ ଇ ମଦନ ଗୋପାଳ ଦୋରା ଧାରାବାହିକ ସପ୍ତମ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି – ଖଦାଳ ଖଟେଇ, ୫ ଜଣ ଉପସଭାପତି – ସୁନୀଲ କୁମାର ପାଢୀ,ପ୍ରସନ କୁମାର ଜେନା, ବିକ୍ରମ କେଶରୀ ଆରୁଖ, ଗନ୍ତେଇ ସ୍ଵାଇଁ ଓ ଧୋବା ପ୍ରଧାନ, ସାଧାରଣ ସମ୍ପାଦକ – ହରିହର ବିଷୋୟୀ, ସହ ସମ୍ପାଦକ – ବସନ୍ତ କୁମାର ଶତପଥୀ, କୋଷାଧ୍ୟକ୍ଷ – ବିବେକାନନ୍ଦ ବାରିକ ନିର୍ବାଚିତ ହୋଇଛନ୍ତି। ରେବତୀ ମୋହନ ନାୟକ,କିଶୋର ଚନ୍ଦ୍ର ବେହେରା, ମୁକୁନ୍ଦ ନାୟକ, କୈଳାଶ ପ୍ରଧାନ, କବିରାଜ ଗୌଡ଼ ଓ ଉଦୟ ନାଥ ପ୍ରଧାନ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି।
ସେହିପରି ବୁଗୁଡା ନଗର ସଭାପତି ଭାବେ ରାଜେନ୍ଦ୍ର କୁମାର ପାଢୀ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି – ଚିତ୍ରସେନ ପ୍ରଧାନ, ୪ ଜଣ ଉପସଭାପତି – ବାଇଧର ପ୍ରଧାନ,ସନ୍ତୋଷ କୁମାର ଜେନା,ପ୍ରଫୁଲ କୁମାର ପାତ୍ର ଓ ପ୍ରମୋଦ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ – ରମଣ ନାହାକ, ସହ ସମ୍ପାଦକ – ସନ୍ତୋଷ କୁମାର ନାହାକ,  କୋଷାଧ୍ୟକ୍ଷ – ରାଜେନ୍ଦ୍ର ପ୍ରସାଦ ଦାଶ ନିର୍ବାଚିତ ହୋଇଛନ୍ତି। ଧରଣୀଧର ପଣ୍ଡା, ସୁଧାଂଶୁ ଶେଖର ପାଢ଼ୀ,ଏସ ଜନେଶ୍ୱର ପାତ୍ର ଓ ରବୀନ୍ଦ୍ର କୁମାର ପଣ୍ଡା ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି।ଏଥିସହିତ ବ୍ଲକ ଓ ଏନଏସି ପାଇଁ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ ହୋଇଛନ୍ତି।
Leave A Reply

Your email address will not be published.