Odisha news

ଦୀଘା ମୁହାଣରୁ ଧରାହେଲା ୯ଶହ କେଜି ଓଜନର ବିରଳ ପ୍ରଜାତି ମାଛ

0

ଭୋଗରାଇ- ଓଡ଼ିଶା ସୀମାନ୍ତ ପଶ୍ଚିମବଂଗର ଦୀଘା ସମୁଦ୍ରରୁ ସୋମବାର ସକାଳେ ଏକ ବିରଳ ପ୍ରଜାତିର ମଗରମାଛ ମତ୍ସ୍ୟଜୀବୀମାନଙ୍କ ଜାଲରେ ଧରାପଡ଼ିଛି । ମତ୍ସ୍ୟଜୀବୀମାନେ କୌଶଳ କ୍ରମେ ଏହି ବିରାଟ ମାଛକୁ ଧରି ଦୀଘା ମୁହାଣକୁ ଆଣିଥିଲେ । ସେଠାରେ ଏହି ମାଛକୁ ୨୦ହଜାର ଟଙ୍କାରେ ନିଲାମ କରାଯାଇ ମାଛବ୍ୟବସାୟୀ ରବିନ୍ଦ୍ର ସାମଲଙ୍କୁ ବିକି୍ର କରାଯାଇଥିଲା । ବିରଳମାଛଟିର ଓଜନ ୯୦୦କି୍ର.ଗ୍ରା. ଥିବା ବେଳେ ଏହା ଦେଖିବାକୁ ଚିଲପକ୍ଷୀ ଓ ହାତୀର କାନ ଭଳି ।

ମାଛ ବ୍ୟବସାୟୀ ମାଛକୁ ଏକ ଗାଡ଼ିଯୋଗେ କଲିକତା ମାଛ ମାର୍କେଟକୁ ବିକି୍ରପାଇଁ ନେଇଥିବା ଜଣାପଡ଼ିଛି । କୁହାଯାଏ ଏହି ମାଛକୁ ସେଠାରେ ୪ଗୁଣାରୁ ଅଧିକ ଟଙ୍କାରେ ବିକି୍ର କରାଯିବ ଏହି ମାଛଟିକୁ କଟାଯାଇ ଖାଦ୍ୟ ଉପଯୋଗୀ କରାଯିବା କିମ୍ବା କୌଣସି ଓøଷଧିୟ କାର୍ଯ୍ୟ ଲଗାଯିବ ବୋଲି କୁହାଯାଉଛି । ଏହି ବିରଳ ପ୍ରଜାତିର ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଗତ ୨୦୧୦ ମସିହା ଡିସେମ୍ବର ମସିହା ୧୨ ତାରିଖ ଦିନ ଦୀଘାର ଗଭୀର ସମୁଦ୍ରରେ ଏକ ୨୦ ଟନ୍ ଓଜନର ତିମି ପ୍ରଜାତିର ମାଛ ଜାହାଜର ଲୁହା ଫ୍ୟାନ୍ରେ ବାଜି କ୍ଷତବିକ୍ଷତ ହୋଇ ଦୀଘା ମୁହାଣକୁ ଭାସିଆସି ଲାଗିଥିଲା ।

ଏହି ତିମି ମାଛଟି ସେଠାରେ ପଡ଼ିରହି ଏକମାସ ଧରି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଥିଲା । ଆଜିର ବିରଳ ମାଛ ସମ୍ପର୍କରେ ଶଙ୍କରପୁର ଫିସାର ଏଣ୍ଡ ଫିସେସ୍ ଏସୋସିଏସନ୍ର ସମ୍ପାଦକ ଶ୍ୟାମାପ୍ରସାଦ ଦାସ କହିଛନ୍ତି ଯେ ବର୍ଷକୁ ଏହି ଭଳି ୫ ରୁ ୮ଟି ବିରଳ ପ୍ରଜାତିର ମାଛ ଜାଲରେ ପଡ଼ିଥାଏ ।

Leave A Reply