Odisha news

କୋରେନା ଭାଇରସ୍ ରେ ମୃତ୍ୟୁ ସଂଖ୍ୟା ୩ ହଜାର ପାର୍

0

ବେଜିଂ, ୦୨ ମାର୍ଚ୍ଚ – ନୋଭେଲ କରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୩୦୦୦ ଟପିଛି । କେବଳ ଚାଇନାରେ ମୃତ୍ୟୁ ସଂଖ୍ୟା ୨୯୧୨ କୁ ବୃଦ୍ଧି ପାଇଛି । ଚାଇନାରୁ ଏହି ଜୀବାଣୁ ବର୍ତମାନ ୬୦ ଟି ଦେଶରେ ବ୍ୟାପିଛି ।ସେହିପରି ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୮,୦୦୦ କୁ ବୃଦ୍ଧି ପାଇଛି । ସୋମବାର ଦକ୍ଷିଣ କୋରିଆରେ କରୋନା ଭାଇରସ୍ ରେ ଆକ୍ରାନ୍ତ ହେବା ନେଇ ପ୍ରାୟ ୫୦୦ ନୂଆ ଅମାମଲା ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ଇରାନରେ କରୋନା ମୃତ୍ୟୁ ସଂଖ୍ୟା ୫୪ କୁ ବୃଦ୍ଧି ପାଇଛି । ଯୁକ୍ତରାଷ୍ଟ୍ରରେ କରୋନାଭାଇରସ୍ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ୍ ଶୀଘ୍ର ବିସ୍ତାର ହେଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ଦେଶକୁ ସେମାନଙ୍କ ସ୍ଥାନରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଏବଂ ଭେଂଟିଲେଟର ପ୍ରସ୍ତୁତ ରଖିବାକୁ ଅନୁରୋଧ କରିଛି ।

Leave A Reply