Odisha news

ପୁଣି ଘୁଞ୍ଚିଲା ନିର୍ଭୟା ଫାଶୀ

0

ନୂଆଦିଲ୍ଲୀ, ୨।୩ : ମଙ୍ଗଳବାର ହେବନି ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଫାଶୀ । ଅର୍ଥାତ ଏହି ଦିନ ପାଇଁ ପୁଣି ଏକ ତାରିଖକୁ ଅପେକ୍ଷା କରିବାକୁ ହେବ । ଦିଲ୍ଲୀ କୋର୍ଟ ଏବାବଦରେ ରାୟ ଦେଇ କହିଛନ୍ତି, ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି । ଆସନ୍ତାକାଲି ବା ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ ବୋଲି
ନିଶ୍ଚିତ ହୋଇସାରିଥିଲା । ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂହ, ପୱନ ଗୁପ୍ତା ଏବଂ ବିନୟ ଶର୍ମା ଏହିଦିନ ଫାଶୀ ପାଇବାର ଥିଲା । ଅତିରିକ୍ତ ସେସନ୍‌ ଜଜ୍‌ ଧର୍ମେନ୍ଦ୍ର ରାଣା ଏହି ରାୟ ଦେଇଛନ୍ତି । ଏହା ପୂର୍ବରୁ ସୋମବାର ଦୋଷୀ ପୱନ କୁମାର ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ଏହି କାରଣରୁ ଫାଶୀ ତାରିଖ ଘୁଞ୍ଚଯାଉ ବୋଲି ପଟିଆଲା ହାଉସ୍‌ରେ ଆବେଦନ କରାଯାଇଥିଲା । ଏହାର ଶୁଣାଣି କରି କୋର୍ଟ ଏଭଳି ରାୟ ଦେଇଛନ୍ତି । ଗୋଟିଏ ପଟେ ନିର୍ଭୟା କାଣ୍ଡର ଦୋଷୀମାନେ ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ଜୋରଦାର ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ତିହାର ଜେଲ କର୍ତ୍ତୃପକ୍ଷ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଥିଲେ । ପୂର୍ବରୁ ପଟିଆଲା ହାଉସ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ । ଆସନ୍ତାକାଲି ସକାଳ ୬ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ । ତେଣୁ ଆଜି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଥିବା ପବନ ଜହ୍ଲାଦ ଫାଶୀ ଘର ଯାଞ୍ଚ କରିଥିଲା । ଏଥିସହ ସେ ଡମି ଫାଶୀ ଦେଇ ଅଭ୍ୟାସ ମଧ୍ୟ କରିଥିଲା । ତେବେ ଫାଶୀ ପାଇଁ ପୁଣି ଅପେକ୍ଷା କରିବାକୁ ହେବ ।

Leave A Reply