ଚଣ୍ଡିଖୋଲ,: ଯାଜପୁର ଜିଲାର ବ୍ରହ୍ମବରଦା ଠାରେ ଚାଲିଥିବା ବିଶ୍ୱ ମୁସଲିମ ସମ୍ମିଳନୀରେ ଯୋଗଦେଇ ଚାରିଜଣ ଶ୍ରଦ୍ଧାଳୁ ଏକ ଅଟୋରିକ୍ସାରେ ଘରକୁ ଫେରୁଥିବା ବେଳେ କୁସୁପୁର ନିକଟରେ ଅଟୋଟି କେନାଲ ଭିତରକୁ ଓଲଟି ପଡିବା ଫଳରେ ଚାଳକ ସମେତ ସେଥିରେ ଥିôବା ପାଞ୍ଚଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସାଲେପୁର ଥାନା ଅନ୍ତର୍ଗତ ରାଇସୁଙ୍ଗୁଡା ନିକଟସ୍ଥ ସିମିଲିପଡା ଗ୍ରାମର ସେକ୍ ଫାରୁକ୍ ଖାଁ(୩୪), ମୋହିଉଦ୍ଦିନ୍ ମହମଦ୍ (୭୦), ସେକ୍ ଜାକିର୍(୪୫) ଓ ସୌକତ୍ ଅଲ୍ଲି(୭୦) ପ୍ରମୁଖଙ୍କୁ ନେଇ ଗାଡି (ଓଆର୦୨ ଏ ଡବ୍ଲୁ-୨୭୫୮) ଅଟୋରେ ବସାଇ ଗାଡି ଚାଳକ ସେକ୍ ମୋତି(୨୭) ଗତ ୧ ତାରିଖରେ ସମ୍ମିଳନୀକୁ ନେଇଥିଲେ । ତେବେ ସେମାନେ ଆସୁଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲର ବାଲିଚନ୍ଦ୍ରପୁର ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ବୋଲେରୋ ଗାଡି ତାଙ୍କୁ ସାଇଟ୍ ମାରିବାରୁ ଅଟୋଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ନଡିଆ ସାହାସପୁର ଡାକ୍ତରଖାନାକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମାହାଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଯାଇଥିବା ଜଣାପଡ଼ିଛି । ।