ବୁଗୁଡ଼ା : ତା ୧୮/୦୯/୨୩ : ତିନି ଦଫା ଦାବି ନେଇ ଗତ ୧୪ ତାରିଖରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ବୁଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଅବସରପ୍ରାପ୍ତ ପ୍ରାଥମିକ ସଂଘ ସମର୍ଥନ କରିଥିବା ଜଣାଯାଇଛି । ଆଜି ବର୍ଷା ଜନିତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଧାରଣାରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ନିକଟରେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଶ୍ବ ମୋହନ ମିଶ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତାଗଣ ପହଞ୍ଚି ସେମାନଙ୍କୁ ସମର୍ଥନ ଜଣାଇଥିଲେ । ଏହି ଧାରଣାରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ୧୩୧ଟି ବିଦ୍ୟାଳୟର ୪୭୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଧାରଣାରେ ବସିଥିବାରୁ ପିଲାମାନଙ୍କ ପାଠପଢାରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ଗଣେଶ ଚତୁର୍ଥୀରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ନିଜର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଗହଣରେ ଗଣେଶ ପୂଜା ଉତ୍ସବ ପାଳନ କରିବେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମନୋରଞ୍ଜନ ଦାଶଙ୍କଠାରୁ ପ୍ରକାଶ ପାଇଛି ।