Odisha news

ବିନା ସୂଚନା ଫଳକରେ ଚାଲିଛି ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ, ସାଧାରଣରେ ତେଜୁଛି ଅସନ୍ତୋଷ

0

ବୁଗୁଡ଼ା : ତା ୨୬/୦୩/୨୩ : ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି । ଉକ୍ତ ନୂତନ କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ନିର୍ମାଣର ସମୟ ସୀମା କେଉଁ ପର୍ଯ୍ୟନ୍ତ ରହିଛି ତାହା ସର୍ବସାଧାରଣଙ୍କ ଅବଗତ ନିମନ୍ତେ ସୂଚନା ଫଳକରେ ଦର୍ଶାଇବାକୁ ପ୍ରଶାସନ ଭୁଲି ଯାଇଛି । ଏ ନେଇ ଜନସାଧାରଣ ଅନ୍ଧକାରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି । ବୁଗୁଡା ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ ଯୋଗୁଁ ଗତ ୧୬ ଡିସେମ୍ବର ୨୦୨୧ରେ ଶିଳାନ୍ୟାସ ହୋଇଥିଲା ବେଳେ ଇତି ମଧ୍ୟରେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଅତିକ୍ରାନ୍ତ ହୋଇଯାଇଛି । ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଦିନଠୁ ହିଁ ନିର୍ମାଣକାରୀ ସଂସ୍ଥାର ଉଦ୍ଦେଶ୍ଯ ସନ୍ଦେହ ଘେରରେ ରହିଥିବା ବେଳେ ଏ ପର୍ଯ୍ୟନ୍ତ ତାହା ବଳବତ୍ତର ରହିଛି । ଏ କ୍ଷେତ୍ରରେ ସ୍ଥାନୀୟ ପୂର୍ତ୍ତ ବିଭାଗର ଦାୟିତ୍ବହୀନତାକୁ ମଧ୍ୟ ବିଭିନ୍ନ ମହଲରେ ଦାୟୀ କରାଯାଉଛି । ଏଣୁ , ଯାହା ହେବାର କଥା ତାହା  ହୋଇ ଗଲାଣି, ଆଉ କାଳ ବିଳମ୍ବ ନ କରି  ଲୋକଙ୍କ ଅବଗତ ସକାଶେ ସୂଚନା ଫଳକ ମାରି ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ସହ ଲୋକସେବାରେ ବିନିଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Nalco
Leave A Reply