Odisha news

୭ କିଗ୍ରା ଗଞେଇ ଜବତ, ୧ ଗିରଫ

0

ବୁଗୁଡ଼ା : ତା ୧୮/୦୨/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଯାତ୍ରୀ ବିଶ୍ରାମାଗାର ଠାରେ ପୋଲିସ ୭ କିଗ୍ରା ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ବ୍ଯକ୍ତି ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ଯ ମେଦିନୀପୁର ଅଞ୍ଚଳର ଅମୁଲ୍ଯ ମାଜି । ଏ ନେଇ କେସ୍ ନଂ ୧୧୧/୨୩ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି  । ଘଟଣାରୁ ପ୍ରକାଶ ଯେ, ଶନିବାର ଭୋର ୫ଟା ସମୟରେ ଅମୁଲ୍ଯ ଗଞ୍ଜେଇ ଚାଲାଣ କରିବା ପାଇଁ ଖୋଳଖାଳି ଯାତ୍ରୀ ବିଶ୍ରାମାଗାରରେ ବସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଏସଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଏକ ସେଠାରେ ଚଢ଼ାଉ କରିଥିଲା। ପୋଲିସ ଗାଡିକୁ ଦେଖିବା କ୍ଷଣି ଅମୂଲ୍ୟ ସେଠାରୁ ଚମ୍ପଟ ମାରିଥିଲେ ହେଁ ପୋଲିସ ଗୋଡାଇ ଗୋଡାଇ ତାକୁ କାବୁ କରିଥିଲା । ପ୍ରକାଶ ଯୋଗ୍ୟ ଯେ, ସଂପ୍ରତି ବୁଗୁଡ଼ା ଅଞ୍ଚଳରେ ଭଦ୍ରମୁଖା ତଳେ ରହି ବହୁ ବ୍ଯକ୍ତି ମଦ ଓ ଗଞ୍ଜେଇର ଚୋରା କାରବାର ଚଳାଇ ଆସୁଛନ୍ତି ।

Nalco
Leave A Reply