Odisha news

ଶଯ୍ୟାଶାୟୀ ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ପାଇଁ ପତ୍ନୀଙ୍କ ସଂଘର୍ଷ : ବିରି ବଡି ହିଁ ସାଜିଛି ସାହାରା

0
ସାକ୍ଷୀଗୋପାଳ ତା ସତ୍ୟବାଦୀ ବ୍ଲକ ପୁରୁଣା ବୁଢ଼ାକେରା ଗ୍ରାମ ର ଗନ୍ଧର୍ବ ପରିଡା ୪ବର୍ଷ ହେଲା ଶଯ୍ୟାଶାୟୀ ।  ସାମୁଦ୍ରିକ ଫନି ବାତ୍ୟା ସମୟରେ  ଗୁହାଳ ରୁ ଗାଈ ଙ୍କୁ ଫିଟେଇ  ବାକୁ ଯାଇଥିବା ସମୟରେ ଗୁହାଳ ଉପରେ  ଏକ ନଡ଼ିଆ ଗଛ ପଡିଯାଇଥିଲା l ଏହି ନଡ଼ିଆ ଗଛ ମଧ୍ୟ ତାଙ୍କ ଉପରେ ପଡି ଯାଇଥିଲା l ସେ ଗୁରୁତର ଆହତ ହୋଇଥିଲେ l ଭୁବନେଶ୍ୱର ଏମ୍ସ ରେ ଚିକିତ୍ସା  ହେଇଥିଲେ l  କିନ୍ତୁ ଅଣ୍ଟା ଠୁ ଗୋଡ଼ ପର୍ଯ୍ୟନ୍ତ ଅକାମି ହେଇ ରହିଗଲା ।ଝାଡା ପରିଶ୍ରା ବି ଠିକ ସେ ହେଉନି l ମାସକୁ ପ୍ରାୟ ୨୦୦୦ ଟଙ୍କା ର ଔଷଧ ର ଆବଶ୍ୟକ ରହିଛି।ଘର ର ମୁରବି ରୋଗ ଶଯ୍ୟାରେ  l ଆଗରୁ ବିଲ ବାଡ଼  ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ  l ଏବେ ପରିବାର ଭୋକ ଉପାସରେ ଜୀବନ ଅତିବାହିତ କରୁଛନ୍ତି। ବନ୍ଧୁ ବାନ୍ଧବ ଓ ଗାଁ ଗଣ୍ଡା ରୁ ଯାହା ସାହାଯ୍ୟ ମିଳୁଛି ସେଇଥିଲେ ଚଳୁଛନ୍ତି। ଏହି ଦୁଃଖ କଷ୍ଟ ଭିତରେ ପତ୍ନୀ ମନି ପରିଡା   ସ୍ୱାମୀ ଙ୍କ ଔଷଧ ଖର୍ଚ୍ଚ  ଓ ପରିବାର ପ୍ରତିପୋଷଣ ନିମନ୍ତେ ପାଇଁ  ବିରି ବଡି ପ୍ୟାକେଟ କରି ବିକ୍ରି କରୁଛନ୍ତି l
ବଡ଼ ଝିଅ ମାନସୀ ପରିଡା +3 ଓ ପୁଅ ଶୁଭଙ୍କର ପରିଡା ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି l
Nalco
Leave A Reply