ସାକ୍ଷୀଗୋପାଳ : ନେତ୍ରାନନ୍ଦ ଭୋଇ(୩୮)ପିତା-ସ୍ୱର୍ଗତ କେଳା ଭୋଇ, ଘର-ପୁରୀ ଜିଲ୍ଲା, ସତ୍ୟବାଦୀ ଅନ୍ତର୍ଗତ ବଳରାମପୁରଗଡ଼ ଗ୍ରାମ ପଞ୍ଚାୟତର , ମାଳସାହି ଗ୍ରାମରେ l ତିନୋଟି ଛୋଟ ଝିଅ, ଅର୍ଚ୍ଚିତା ୧୨, ଅର୍ପିତା ୮, ଝିଲି ୩,ବର୍ଷ,ଘରେ ବିଧବା ବୁଢ଼ୀ ମା ନିଆସି ଭୋଇ (65), ସ୍ତ୍ରୀ ମାନି ଭୋଇ (35) ମିଶାଇ ୬ପ୍ରାଣୀ ପରିବାର l ନେତ୍ରାନନ୍ଦ ଙ୍କ ମୂଲ ମଜୁରୀ ଉପରେ ନିର୍ଭର କରି ବହୁ କଷ୍ଟରେ ବଞ୍ଚନ୍ତି l କିନ୍ତୁ ଦଇବ ର ଦାଉ ସେତକ ବି ଛଡେଇ ନେଲା l , ୩ ମାସ ତଳେ ନେତ୍ରାନନ୍ଦ ର ଦେହ ଖରାପ ହେଲା l ପରୀକ୍ଷା ନିରୀକ୍ଷଣ କରି ଜଣା ପଡିଲା ଯେ ତାଙ୍କୁ ଫୁସଫୁସ କ୍ୟାନ୍ସର ହୋଇଅଛି l ଏଣେ ଘରେ ଖାଇବା ପିଇବା ପାଇଁ ପଇସାଟେ ନାହିଁ, l ଚିକିତ୍ସା କିଭଳି ହେବ ଭାବି ସ୍ତ୍ରୀ ମାନି ଭୋଇ ଙ୍କ ମୁଣ୍ଡରେ ବଜ୍ର ପଡିଲା l କେବଳ ଘର ଡିହ କୁ ଛାଡିଦେଲେ ଜମିବାଡ଼ି କିଛିନାହିଁ,, l ବନ୍ଧୁ ବାନ୍ଧବ ଓ ଗାଁ ପଡ଼ିଶାରୁ କିଛି ସାହାଯ୍ୟ ମାଗି କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ଚିକିତ୍ସା କେନ୍ଦ୍ର କୁ ନେଇ ଚିକିତ୍ସିତ ହୋଇଥିଲେ l ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରେ ଚିକିତ୍ସା ଆରମ୍ଭ ହେଲା l କିନ୍ତୁ ସେଠି ରହିବା ଖାଇବା ପାଇଁ ଟଙ୍କାଟିଏ ନଥିବାରୁ ବାଧ୍ୟହୋଇ ନିଜ ଘରକୁ ଚାଲି ଆସିଲେ ନେତ୍ରାନନ୍ଦ l ଏବେ ଘରେ ପଡ଼ି ରହି ଏକ ଆସନ୍ନ ବିପଦ କୁ ଅପେକ୍ଷା କରିଛନ୍ତି l ଏଣେ ଖାଇବାକୁ ନପାଇବାରୁ ଦୁଇ ଝିଅ ଙ୍କୁ ମାମୁଁ ଘରକୁ ପଠାଇ ଦେଇ ଛନ୍ତି ମାନି, l ସରକାରୀ ସହାୟତା କହିଲେ ୧୫କେଜି ଚାଉଳ ଓ ଦିବ୍ୟାଙ୍ଗ ଝିଅକୁ ମିଳୁଥିବା ୫୦୦ ଟଙ୍କା ଭତ୍ତା l ,ତିନି ଝିଅକୁ ଏବେ ବି ରାସନ କାର୍ଡ ରେ ନାମ ସଂଯୋଗ କରାଯାଇ ନାହିଁ,l ଦିବ୍ୟାଙ୍ଗ ଝିଅ ଯେକି ସ୍କୁଲରେ ମିଳୁଥିବା ମଧ୍ୟାନ ଭୋଜନ କୁ ଅନାଇ ଘରେ ଅଛି l ,ଅବସ୍ଥା ଅତି ଶୋଚନୀୟ,, ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା,ଯୋଗାଣ ମନ୍ତ୍ରୀ ଓଡିଶା,ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଓଡ଼ିଶା,ପଞ୍ଚାୟତରାଜ୍ ସଚିବ ଓଡ଼ିଶା ସରକାର ଙ୍କୁ ଅନୁରୋଧ ତୁରନ୍ତ ଏ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ସହିତ ଆର୍ଥିକ ସହାୟତା ଓ ଉତ୍ତମ ଚିକିତ୍ସା ଯୋଗାଇ ପ୍ରଦାନ କରିବା ନିମନ୍ତେ ସାଧାରଣରେ ମତ ପ୍ରକାଶ ପାଇଅଛି l ,
ସାମାଜିକ କର୍ମୀ ସୁଶୀଲ କୁମାର ସାହୁ, ମୋ-୮୨୪୯୩୮୬୨୫୬, ଅନୁରୋଧ କରିଛନ୍ତି,
ସାମାଜସେବି ବନ୍ଧୁ ମାନେ ଏହି ବିପନ୍ନ ପରିବାର କୁ ଯଥା ସମ୍ଭବ ସାହାଯ୍ୟ କରନ୍ତୁ,, ନେତ୍ରାନନ୍ଦ ଙ୍କ ସହ ଯୋଗାଯୋଗ ଓ ସାହାଯ୍ୟ ପାଇଁ –8817713226(ଯୋଗାଯୋଗ ଓ ଫୋନ ପେ, କ୍ଷେତ୍ରମୋହନ ଭୋଇ l ଫଟୋ ୧ l
