Odisha news

ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , ଥାନାରେ ମାମଲା ରୁଜୁ , ଲୁହାରଡ୍ ଓ ଠେଙ୍ଗା ଜବତ , ସନ୍ଦେହରେ ୩ ଅଟକ

0
ବୁଗୁଡ଼ା : ତା ୧୮/୦୯/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଛକ ନିକଟରେ ଗତକାଲି ରାତିରେ ୪୨ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନାଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଗତ ରାତିରୁ ୩ ଜଣଙ୍କୁ ଅଟକ ରଖିବା ସହ ଆକ୍ରମଣରେ ବ୍ଯବହୃତ ଲୁହା ରଡ୍ ଓ ଠେଙ୍ଗା ଜବତ କରି ତଦନ୍ତ ଜାରି ରଖିଛି । ଏନେଇ ଗଙ୍ଗାପାଣିଙ୍କ ସ୍ତ୍ରୀ ଛବିରାଣୀ ଜେନା ତାଙ୍କ ସ୍ବାମୀଙ୍କ ପ୍ରତି ରାଜନୈତିକ ଆକ୍ରୋଶ ରଖି ପୂର୍ବତନ ସରପଞ୍ଚ ସୂର୍ଯ୍ୟମଣି ଗୌଡ ଓ ତାଙ୍କ ଭାଇ ସରୋଜ ଗୌଡଙ୍କ ସମେତ କିଛି ସହଯୋଗୀ ଏଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଥାନାରେ କେସ୍ ନଂ୫୩୮/୨୨ ଦଫା ୩୦୭, ୩୨୩, ୩୨୪, ୩୨୫, ୫୦୬ ଓ ୩୪ ରେ ଏକ ମାମଲା ରୁଜୁ ହୋଇଛି । ଘଟଣାରୁ ପ୍ରକାଶ ଯେ , ଗତକାଲି ରାତି ପ୍ରାୟ ୮ ଘଣ୍ଟ ସମୟରେ ଗଙ୍ଗାପାଣି ବିଡ଼ିଓଙ୍କ କାର୍ଯାଳୟରୁ ବାଇକ୍ ଯୋଗେ ନିଜ ଗାଁ ତାଳସାକରକୁ ଫେରୁଥିଲା ବେଳେ ବୁରୁଝୋଳା ଛକ ନିକଟରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ସେଠାରୁ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଅବସ୍ଥାରେ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା  ।ତାଙ୍କର ମୁଣ୍ଡ ଓ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏ ଖବର ପାଇ ଆଇଆଇସି ଚିତ୍ତ ରଞ୍ଜନ ବେହେରା ସଦଳବଳେ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣାଟି ରାଜନୈତିକ ଆକ୍ରୋଶରୁ ସଙ୍ଗଠିତ ହେତୁ ସଂପ୍ରତି ସ୍ଥାନୀୟ ପରିସ୍ଥିତି ଟିକେ ଉତ୍ତେଜନା ମୂଳକ ରହିଥିବା ବେଳେ ଆଜି ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ବୁଗୁଡ଼ା ଥାନାରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ଆସାମୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି
Nalco
Leave A Reply