ବାଲିପାଟଣା ତା ୧୮/୦୯ : ପ୍ରଜାପିତା ଇଶ୍ୱରୀୟ ବ୍ରହ୍ମା କୁମାରୀ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଆଜି ପୂର୍ବାହ୍ନ ରେ ବାଲିପାଟଣା ଠାରେ, ନିଜସ୍ଵ ଧ୍ୟାନ କେନ୍ଦ୍ର ପ୍ରଭୁ ପ୍ରସାଦ ଭବନର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ଯଜ୍ଞରେ ଆହୁତି ଦେଇ ସ୍ଥାନୀୟ ବିଧାୟକ ତଥା ବ୍ରହ୍ମାକୁମାର ଭାଇ ଡ୍ ଅରବିନ୍ଦ ଢ଼ାଲି ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ଆୟୋଜିତ ସଭାକୁ ଉଦବୋଧନ ଦେଇ, ଆଧ୍ୟାତ୍ମିକ ଚିନ୍ତାଧାରା ଦ୍ଵାରା ଅନେକ ସମସ୍ୟାର ସମାଧାନ ହୁଏ।ନିଷ୍ଠା ରଖିଲେ ପରମପିତା ସ୍ଵୟଂ ସହଯୋଗ କରନ୍ତି ବୋଲି କହିଥିଲେ।ଅନ୍ୟତମ ଅତିଥି ଅଧ୍ୟାପିକା ପ୍ରତିଭା ମହାରଥୀ ବିଭିନ୍ନ ଉଦାହରଣ ଦେଇ ଈଶ୍ବରଙ୍କ ଇଚ୍ଛା ବ୍ୟତୀତ ଅନ୍ୟ କିଛି ନାହିଁ ବୋଲି ତଥ୍ୟ ଉପସ୍ଥାପନା କରିଥିଲେ।ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ, ପ୍ରେସ କ୍ଲବ ସଭାପତି ଦିଲ୍ଲୀପ ଓଝା,ଭୁବନେଶ୍ବର ମୁଖ୍ୟ କେନ୍ଦ୍ରର ଶାନ୍ତି ଭଉଣୀ,ସୀତା ଭଉଣୀ ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଭବନ ନିର୍ମାଣ ଓ ଜମି ଦାନ କରିଥିବା ନିରଞ୍ଜନ ଭାଇ ଓ ତାଙ୍କ ପତ୍ନୀ ସୌଭାଗ୍ୟ ଭଉଣୀ ଙ୍କୁ ଯଥାରୀତି ସମ୍ମାନ ପ୍ରଦାନ କରାଯାଇଥିଲା। ଶିଶୁ ଶିଳ୍ପୀ ପ୍ରିୟଙ୍କା ମନୋରଞ୍ଜନ ପାଇଁ ନୃତ୍ୟ ପରିବେଷଣ କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ବ୍ରହ୍ମା କୁମାର ଜାନକୀ ଭାଇ,ଧରଣୀ ଭାଇ,କପିଳ ଭାଇ,ବଂଶୀ ଭାଇ ଓ କେନ୍ଦ୍ର ପରିଚାଳିକା ରଶ୍ମି ଭଉଣୀ ପରିଚାଳନା ରେ ସହଯୋଗ କରିଥିଲେ।
