Odisha news

୨ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ,୨ ବନ୍ଧୁକ ଜବତ

0

ବୁଗୁଡ଼ା : ତା ୧୦/୦୮/୨୨ : ଗିରଫ ହେଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ l ପୋଲିସ ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ଜବତ କରିଥିବା ଜଣା ପଡିଛି l ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଜ୍ରକୋଟ ଗ୍ରାମର ରବୀନ୍ଦ୍ର ନାୟକ ଓ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ହାଡୁବନ୍ଧୁ ଜେନା l ଏ ନେଇ କେସ ନଂ ୪୩୬ /୨୨ ଦଫା ୨୫ /୧ ବି (ଏ ) ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି l  ପୋଲିସ ପେଟ୍ରୋଲିଂ ବେଳେ ମୋଟବାଡି ନିକଟରେ ସନ୍ଧେହଜନକ ଭାବେ ବୁଲୁଥିବା ବେଳେ ପୋଲିସ ଉଭୟଙ୍କୁ ଧରି ଜେରା କରିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ଲେଖାଏଁ ବନ୍ଧୁକ ମିଳିଥିବା ପୋଲିସ କହିଛି l

Nalco
Leave A Reply