Odisha news

ବାଗଦେବି ନଦୀରୁ ଉଦ୍ଧାର ହେଲା ଗ୍ଲାମର ବାଇକ।

0

ଦଶପଲ୍ଲା ୧୦/୮  : ଲଗାଣ ବର୍ଷା ଫଳରେ ଦଶପଲ୍ଲାର ବିଭିନ୍ନ ନଦୀରେ ଜଳ ପ୍ରବାହିତ ହେଉଥିବା ବେଳେ ମଙ୍ଗଳବାର ଦିନ ଲେମ୍ବୁଗୋଛା ଗ୍ରାମ ର ଦୁଇ ଯୁବକ ବିଶ୍ଵନାଥ କହଁର ଏବଂ ମନୋଜ ମଳିକ ବାଗଦେବୀ ନଦୀ ପାର୍ଶ୍ବ ରାସ୍ତାରେ ବାଇକ ରେ ଯାଉଥିବା ବେଳେ ନଦୀର ସ୍ରୋତରେ ଭାସି ଯାଇଥିଲେ। ଯୁବକ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଧାର କରିଥିବା ବେଳେ ସେମାନେ ଧରି ଯାଉଥିବା ବାଇକ ଟି ନଦୀ ପାଣିରେ ଭାସି ଯାଇଥିଲା। ବୁଧବାର ଦିନ ବର୍ଷା କମିବାରୁ ଓ ନଦୀର ଜଳପତ୍ତନ ହ୍ରାସ ପାଇବାରୁ ଗତ କାଲି ଭାସି ଯାଇଥିବା ବାଇକ କୁ ଲୋକମାନେ ଖୋଜା ଖୋଜି କରିଥିଲେ। ମଶାବାଡି ଗ୍ରାମର ପ୍ରୀତି ଏବଂ ସାକେଣୀ ଗ୍ରାମର ଦୀନବନ୍ଧୁ ସାହୁ ଓ ଗୁଣ୍ଠାପାଜୁ ଗ୍ରାମ ର ସନ୍ତୋଷ କୁମାର ଯାନୀ ନଦୀ ଭିତରେ ବାଇକ ଟିକୁ ଖୋଜା ଖୋଜି କରୁଥିବା ବେଳେ ନଦୀର ଜଳ ସ୍ରୋତରେ ସ୍ତୃଷ୍ଟି ହୋଇଥିବା ଗଣ୍ଡ ମଧ୍ୟରୁ ଏହି ବାଇକ କୁ ଉଦ୍ଧାର କରିଥିଲେ। ପରେ ବାଇକ ଟିକୁ ବିଶ୍ଵନାଥ କୁ ହସ୍ତାନ୍ତର କରଯାଇଥିଲା

Nalco
Leave A Reply