Odisha news

ପ୍ରାକ୍ତନ ଓଡ଼ିଆ ଅଧ୍ୟାପକଙ୍କ ଦେହାନ୍ତ

0
ବୁଗୁଡ଼ା : ତା ୧୧/୦୩/୨୨ : ପିପୁଲସ କଲେଜର ପ୍ରାକ୍ତନ ଅଧ୍ୟାପକ ଡ଼.ସୁରେଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଓଡ଼ିଆ ବିଭାଗ ତରଫରୁ ଶୋକ ବ୍ୟକ୍ତ କରାଯାଇଛି l ସ୍ବର୍ଗତ ସାହୁ ପିପୁଲସ କଲେଜରେ ଦୀର୍ଘ ବର୍ଷ ଧରି ଅଧ୍ୟାପନା କରି ୨୦୧୫ରେ ଅବସର ପରେ ପୈତୃକ ଗ୍ରାମ ଆସ୍କା ନିକଟ କୁମ୍ଭାରୀରେ ବାସ କରୁଥିବା ବେଳେ ଗତ ରାତିରେ ତାଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା l କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶୋକ ସଭାରେ ଓଡ଼ିଆ ବିଭାଗର ପ୍ରାକ୍ତନ ଅଧ୍ୟାପକ ପ୍ରଶାନ୍ତ କୁମାର ମହାପାତ୍ର, ଅଧ୍ୟାପକ ହିମାଂଶୁ ଶେଖର ରଥ , ସଞ୍ଜୟ କୁମାର ପ୍ରଧାନ, ସଞ୍ଜୟ କୁମାର ସାହୁ ଓ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଭୁତି ଭୂଷଣ ମିଶ୍ରଙ୍କ ସମେତ ବିଭାଗୀୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ l
Leave A Reply