Odisha news

ବୁଗୁଡ଼ା : ଶେଷ ଦିନର ଗଣତି ଶେଷ , ୪୩ ନମ୍ବର ଜୋନରେ ବିଜେଡିର ବାଜିମାତ୍

0
ବୁଗୁଡ଼ା:ତା ୨୮/୦୨/୨୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି  ବୁଗୁଡ଼ା ବ୍ଲକର ୪୩ ନମ୍ବର ଜିଲ୍ଲା ପରିଷଦର ଜୋନରେ ବିଜେଡିର ଚାନ୍ଦିନୀ ନାୟକ
 ବିଜୟୀ ହୋଇଥିବା ବେଳେ  ବିଜେପିର  ପଦ୍ମସିନୀ ପ୍ରଧାନ ଓ କଂଗ୍ରେସର ନିଳେନ୍ଦ୍ରୀ ସ୍ୱାଇଁ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି l ଏହି ଜୋନ ଅନ୍ତର୍ଗତ କରସିଂ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ବିଶ୍ୱାଳ ଓ ସମିତି ସଭ୍ୟ ପାର୍ଥୀ ଚିକୁ ବାରିକ ବିଜୟ ଲାଭ କରିଛନ୍ତି l
କରଚୁଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ପାର୍ବତୀ ନାୟକ ଓ ସମିତି ସଭ୍ୟ ପ୍ରାର୍ଥୀ ଶ୍ରୀହର୍ଷ ପ୍ରଧାନ ବିଜୟ ଲାଭ କରିଛନ୍ତି। ଭଗବାନପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ  ଓ  ସମିତି ସଭ୍ୟ ପ୍ରାର୍ଥୀ ଅଲେଖ ନାୟକ ବିଜୟ ଲାଭ କରିଛନ୍ତି ।ତାକରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଦିଲ୍ଲୀପ କୁମାର ପ୍ରଧାନ ଓ ସମିତି ସଭ୍ୟ ପ୍ରାର୍ଥିନୀ ଜ୍ଯୋତି ନାୟକ ଜୟଯୁକ୍ତ ହୋଇଛନ୍ତି । ବି. କରଡ଼ାବାଡ଼ି ପଞ୍ଚାୟତର ସରପଞ୍ଚ ପ୍ରାର୍ଥି ଡି. ଚାନ୍ଦିନୀ ଆଚାରୀ  ଓ ସମିତି ସଭ୍ୟ ପ୍ରାର୍ଥିନୀ ସୁନିତା ସେଠୀ ବିଜୟ ହାସଲ କରିଛନ୍ତି l
ବିରଞ୍ଚିପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ମନ୍ଦାକିନୀ ସେଠୀ ଓ  ସମିତି ସଭ୍ୟ ପ୍ରାର୍ଥିନୀ ଅଳକା ନନ୍ଦ  ଜୟଯୁକ୍ତ ହୋଇଛନ୍ତି । ଭାମଶିଆଳି ପଞ୍ଚାୟତର ସରପଞ୍ଚ ପ୍ରାର୍ଥି ସଞ୍ଜୟ କୁମାର ବିଶ୍ୱାଳ ଓ  ସମିତି ସଭ୍ୟ ପ୍ରାର୍ଥିନୀ ଗାୟତ୍ରୀ ପ୍ରଧାନ ବିଜୟ ଲାଭ କରିଛନ୍ତି । ଗୋଲିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଦୈତାରୀ ବେହେରା ଓ  ସମିତି ସଭ୍ୟ ପ୍ରାର୍ଥୀ ମାନସ ରଞ୍ଜନ ପ୍ରଧାନ ବିଜୟ ହାସଲ କରିଛନ୍ତି ।
Leave A Reply