Odisha news

ବୁଗୁଡା : ଭୋଟ ଗଣନାକାରୀ କର୍ମଚାରୀଙ୍କୁ ମରାଣାତ୍ମକ ଆକ୍ରମଣ ଅଭିଯୋଗ

0
ବୁଗୁଡା : ତା ୨୭/୦୨/୨୨ : ବୁଗୁଡା ବ୍ଲକର ୪୧ ନମ୍ବର ଜୋନର ଭୋଟ ଗଣତି କାର୍ଯ୍ୟକ୍ରମରେ ନିୟୋଜିତ ଥିବା ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତର ନିର୍ବାହୀ ଅଧୁକାରୀ ପ୍ରମୋଦ କୁମାର ସେଠୀଙ୍କୁ  ବୁଗୁଡା ବ୍ଲକ ଛକରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୧୨ ଟା ବେଳେ ପ୍ରମୋଦ ବୁଗୁଡ଼ା ବ୍ଲକ ଏମଆଇ ଅମିତ ମହାନ୍ତିଙ୍କ ସହ ବାଇକରେ ଆସୁଥିବା ବେଳେ ତାଙ୍କୁ ପିଛା କରି ଅନ୍ୟ ଏକ ବାଇକରେ  ବୁଗୁଡା ବ୍ଲକ ୪୨ ନମ୍ବର ଜିଲ୍ଲା ପରିଷଦ ଜୋନର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ଭୂୟାଁ ଓ ଗୌଡିଆବୋରଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀଙ୍କ ପୁଅ ପ୍ରକାଶ ମହାରଥା ଆସି ବ୍ଲକ ଛକରେ ପ୍ରମୋଦଙ୍କୁ ଅଟକାଇ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରମୋଦଙ୍କ ମୁହଁ, ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବା ନେଇ  ପ୍ରମୋଦ ବୁଗୁଡା ଥାନାରେ  ଅଭିଯୋଗ କରିଛନ୍ତି ।  ବୁଗୁଡା ପୋଲିସ ଏନେଇ କେଶ ନଂ ୧୧୯/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା  ଆଇଆଇସି ଚିତ୍ତ ରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ପରେ ଆଜି ଭୋଟ ଗଣନା ପର୍ବର ଦ୍ବିତୀୟ ଦିବସରେ ଭୋଟ ଗଣତି କେନ୍ଦ୍ରର ଆଖ ପାଖ ଅଞ୍ଚଳରେ ପୋଲିସ ଛାଉଣୀ ହୋଇଥିବା ଦେଖିବାକୁ ମିଳିଛି ।
Leave A Reply