ବୁଗୁଡ଼ା : ତା ୨୭/୦୨/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ ଚଡିଆପଲ୍ଲୀ ଗ୍ରାମରେ ଟ୍ରକ ଡାଲାରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇ ପଡିଛନ୍ତି l ଗୁରୁତର ମହିଳା ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ସୁବାସ ପ୍ରଧାନଙ୍କ ସ୍ତ୍ରୀ ସଂଯୁକ୍ତା ପ୍ରଧାନ(୪୦) l
ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଅସୁସ୍ଥ ଭଣଜାକୁ ଦେଖିବାକୁ ସୁବାସ ନିଜ ସାଇକଲରେ ସ୍ତ୍ରୀ ସଂଯୁକ୍ତାଙ୍କୁ ନେଇ ବୁଗୁଡ଼ା ନିକଟ ସୋଲଣ୍ଡି ଗ୍ରାମକୁ ଯାଉଥିବା ବେଳେ ଚଡିଆପଲ୍ଲୀ ଠାରେ ସାମ୍ନା ପଟୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ(ନଂ-ଓଆର ୦୭ ପି – ୯୯୯୫)କୁ ଦେଖି ସାଇଡ୍ ହେଲା ବେଳକୁ ରାସ୍ତା ଉପରେ ପଡିଥିବା ବାଲି ଯୋଗୁଁ ସାଇକଲ ସ୍ଲିପ ହୋଇ ଯାଇଥିଲା ଏବଂ ଉଭୟେ ସାଇକଲରୁ ଖସି ପଡିବା ଫଳରେ ଟ୍ରକ ଡାଲାରେ ସଂଯୁକ୍ତାଙ୍କ ମୁଣ୍ଡ ପିଟି ହୋଇ ଯାଇଥିଲା l
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ଡାକ୍ତରଖାନା ପଠାଇ ଥିଲେ ତେବେ ସଂଯୁକ୍ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରା ଯାଇଥିଲା l