ବୁଗୁଡ଼ା :-୧୦/୧୦ ଓଡ଼ିଆ ବୈଜ୍ଞାନିକ ଡ. ହରିକୃଷ୍ଣ ବିଷୋୟୀ ନିଜର ଗବେଷଣା ପାଇଁ ଆମେରିକାରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଡ. ହରେକୃଷ୍ଣ ବିଷୋୟୀ ଜଣେ ମେଧାବୀ ଛାତ୍ର ଥିବା ବେଳେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରୁ 2003 ରେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ ୨ୟ ସ୍ଥାନ ଲାଭ କରିଥିଲେ। ବାଙ୍ଗାଲୋର ସ୍ଥିତ ରମଣ ରିସର୍ଚ୍ଚ ଇଣ୍ଟିଟ୍ୟୁଟ୍ ରେ ଗବେଷଣା ସହ ଡକ୍ଟରେଟ୍ ଉପାଧି ପ୍ରାପ୍ତ ହୋଇଥିଲେ।ଇଉରୋପ ର ମେରିକ୍ୟୁରି ଫେଲୋସିପ୍ ପାଇବା ସହ ଆମେରିକାର କେଣ୍ଟ୍ ଷ୍ଟେଟ୍ ବିଶ୍ବ ବିଦ୍ୟାଳୟ ଅଧିନସ୍ଥ ଆଡଭାନସ୍ ମ୍ୟାଟେରିଆଲସ୍ ଓ ଲକ୍ୟୁଡ୍ କ୍ରିଷ୍ଟାଲ୍ ଇଷ୍ଟିଚ୍ୟୁଟ୍ ରୁ ପୋଷ୍ଟ ଡକ୍ଟୋରାଲ୍ ଫେଲୋସିପ୍ ପାଇଥିଲେ। ତାଙ୍କର ବହୁ ସନ୍ଧର୍ଭ ବିଶ୍ୱର ବହୁ ଗବେଷଣାତ୍ମକ ବିଜ୍ଞାନ ପତ୍ର ପତ୍ରିକାରେ ପ୍ରକାଶ ପାଇଛି।ତାଙ୍କର ମୌଳିକ ଗବେଷଣା ପାଈଁ ଗତ ଅକ୍ଟୋବର ୭ ତାରିଖରେ କେଣ୍ଟଷ୍ଟେ ବିଶ୍ୱବିଦ୍ୟାଳୟ ଆମେରିକା ପକ୍ଷରୁ ତାଙ୍କୁ ଜଣେ ମେଧାବୀ ଗବେଷକ ଭାବେ ସମ୍ବର୍ଦ୍ଧିତ କରାଯାଇଛି।ତାଙ୍କୁ ଉକ୍ତ ବିଶ୍ବ ବିଦ୍ୟାଳୟ ରେ ବରିଷ୍ଠ ରସାୟନବିତ୍ ରୂପେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ପ୍ରଦାନ କରାଯାଇଛି।ସେ ଗଞ୍ଜାମ ଜିଲ୍ଲା ବୁଗୁଡା଼ ବ୍ଲକ ର ଲୋକନାଥପୁର ବାସିନ୍ଧା ହୋଇଥିବାରୁ ବୁଗୁଡା଼ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି।ତାଙ୍କ ପରିବାର ବର୍ଗ ଓ ଶିକ୍ଷାବିତ୍ ମାନେ ଡ଼ ବିଷୋୟୀ ଙ୍କୁ ବଧେଇ ଜଣାଇଛନ୍ତି।
Comments are closed.