Odisha news

ଆଣ୍ଠୁ ଗଣ୍ଠିପାଇଁ ରାମବାଣ ଡାଲଚିନି ଓ ମହୁ : ସେବନ କରନ୍ତୁ ଓ ସୁସ୍ତ ରୁହନ୍ତୁ

ଆମେ ବିଭିନ୍ନ ପ୍ରକାରର ରୋଗ ବୈରାଗ ପାଇଁ ଅନେକ ଗୁଡ଼ିଏ ଘରୋଇ ଉପଚାର ଆପଣାଇ ଥାଉ । ସେହି ଘରୋଇ ଉପଚାର ପାଇଁ ଆମେ ଘରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ମସଲା ଦ୍ଵାରା କରିଥାଉ । ସେହିଭଳି ଡାଲଚିନି ଓ ମହୁକୁ ମିଶାଇ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରା ଯାଇଥାଏ । ଡାଲଚିନି ଏମିତିରେ ମଧ୍ୟ ରୋଷେଇ ଘରର ଆକର୍ଷଣ ବଢାଇ ଥାଏ । ଡାଲଚିନି ସହିତ ମହୁର ପ୍ରୟୋଗ ଆମକୁ ଅନେକ ଗୁଡ଼ିଏ ରୋଗରୁ ଆରାମ ଦେବ । ଯେପରିକି ପେଟ ସମସ୍ୟା , ଥଣ୍ଡା କାଶ , ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଓ ବ୍ଲାଡର୍ ଇନ୍ଫେକ୍ସନ ଇତ୍ୟାଦି ରୁ ରକ୍ଷା କରିଥାଏ ।
* ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ – ଅଧା ଚାମଚ୍ ଡାଲଚିନି ପାଉଡର ଓ ଅଧା ଚାମଚ୍ ମହୁ କୁ ଏକତ୍ରିତ ମିଶାନ୍ତୁ । ଏହି ମିଶ୍ରଣ କୁ ଉଷୁମ ପାଣି ସହିତ ଦିନକୁ ଦୁଇଥର ସେବନ କରନ୍ତୁ । ଆପଣ ଚାହିଁଲେ ଯନ୍ତ୍ରଣା ସ୍ଥାନରେ ମଧ୍ୟ ଏହାର ଲେପ ପ୍ରସ୍ତୁତ କରି ଲଗାଇ ପାରିବେ ।
* କୋଲେଷ୍ଟ୍ରଲ ଓ ହୃଦ୍ ରୋଗ ପାଇଁ – ସକାଳୁ ଖାଲି ପେଟରେ ଡାଲଚିନି ସହିତ ମହୁ ମିଶାଇ ସେବନ କରନ୍ତୂ । ଏହାକୁ ଆପଣ ଉଷୁମ ପାଣି ରେ ସେବନ କରିବା ଉଚିତ୍ ଯାହାଦ୍ଵାରା ଆପଣଙ୍କ କୋଲେ ଷ୍ଟ୍ରାଲ ସ୍ତର ନିୟନ୍ତ୍ରିତ ରହିବା ସହ ହୃଦ୍ ଘାତ ବିପଦ ମଧ୍ୟ ଦୂରେଇ ଯିବ ।
* ରକ୍ତ ସଂକ୍ରମଣ ପାଇଁ – ଯଦି ଆପଣଙ୍କ ବ୍ଲଡ଼ ରେ କୌଣସି ପ୍ରକାରର ସଂକ୍ରମଣ ରହିଛି ତେବେ ଆପଣ ଗୋଟିଏ ଲିଟର ଉଷୁମ ପାଣିରେ ୩ଚାମଚ୍ ଡାଲଚିନି ଗୁଣ୍ଡ ଓ ୩ଚାମଚ୍ ମହୁ ମିଶାଇ ରଖନ୍ତୁ ଦିନକୁ ୪ ଥର ଅଳ୍ପ ଅଳ୍ପ କରି ସେବନ କରନ୍ତୁ । ଦେଖିବେ ଏହାଦ୍ବାରା ବିଭିନ୍ନ ସମସ୍ୟା ଦୂର ହୋଇଯିବ ।
Shares